ପ୍ୟାଲେସ କୁଇନ୍‌ ହମସଫର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ମହୀଶୂର: ମହୀଶୂର ରେଳ ଷ୍ଟେସନରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାଲେସ୍‌ କୁଇନ୍‌ ହମସଫର ଟ୍ରେନର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନଟି ମହୀଶୂରରୁ ଉଦୟପୁର ମଧ୍ୟରେ ଚଳାଚଳ କରିବ ବୋଲି ଜଣାପଡ଼ିଛି । ଏହା ଏକ ଐତିହାସିକ ପଦକ୍ଷପ ବୋଲି ମୋଦି କହିଥିଲେ।
ଏହି ଟ୍ରେନଟି ୫ଟି ପଶ୍ଚିମ ଭାରତୀୟ ରାଜ୍ୟକୁ ସଂଯୋଗ କରିବ ବୋଲି ଜଣା ପଡ଼ିଛି । ସେଗୁଡ଼ିକ ହେଲା ରାଜସ୍ଥାନ,ମଧ୍ୟପ୍ରଦେଶ,ମହାରାଷ୍ଟ୍ର,ଗୁଜୁରାଟ ଏବଂ କର୍ଣ୍ଣାଟକ । ଏହି ଟ୍ରେନଟି ସେମବାର ସକାଳେ ଉଦୟପୁର ରେଳ ଷ୍ଟେସନ ଛାଡ଼ିବା ସହ ବୁଧବାର ସଂନ୍ଧ୍ୟା ୪.୨୫ରେ ମହୀଶୂର ରେଳଷ୍ଟେସନରେ ପହଞ୍ଚିବ । ଏହି ଟ୍ରେନଟି ଉଦୟପୁର ରେଳ ଷ୍ଟେସନରେ ପହଞ୍ଚିବା ପାଇଁ ୨୦୦୦ କିଲୋମିଟର ଦୂରତା ଅତିକ୍ରମ କରିବା ସହ ମାଣ୍ଡ୍ୟା,ବେଙ୍ଗାଲୁରୁ, ପୁଣେ, ଦାବଣଗେରେ ଏବଂ ବଡ଼ୋଦରା ଦେଇ ଚଳାଚଳ କରିବ । ଭାରତୀୟ ରେଳକୁ ଏନର୍ଜି ଏଫିସିଏଣ୍ଟ ଟ୍ରାନ୍ସପୋର୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିମହୀଶୂରରୁ ବେଙ୍ଗାଲୁରୁ କେଏସ୍‌ଆର ପର୍ଯ୍ୟନ୍ତ ଏକ ୧୪୦ କି.ମିର ବିଦ୍ୟୁତ୍‌ ରେଳ ଲାଇନ ସମର୍ପିତ କରିଛନ୍ତି । ଏହି ଲାଇନ୍‌ ମାଣ୍ଡ୍ୟା,ବେଙ୍ଗାଲୁରୁ,ରାମନଗରମ୍‌ ଏବଂ ମହୀଶୂରକୁ ସଂଯୋଗ କରିବ ।

ସମ୍ବନ୍ଧିତ ଖବର