‘ମନ କି ବାତ’ ଜରିଆରେ ଆଜି ଦିନ ୧୧ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଚୀନକୁ ନେଇ କରିପାରନ୍ତି ଆଲୋଚନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୁଣିଥରେ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ | ଆଜି ସକାଳ ୧୧ଟାରେ ‘ମନ କି ବାତ’ ମାଧ୍ୟମରେ ପ୍ରଧାନମନ୍ତ୍ରୀ ତାଙ୍କ ମନ କଥା କହିବେ। ସବୁଥର ପରି ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ୧୧ଟା ସମୟରେ ଦେଶବାସୀଙ୍କ ସହ ପୁଣି ଥରେ ଯୋଡି ହେବେ । ତେବେ ଆଜି ସେ କେଉଁ ବିଷୟ ଉପରେ ଆଲୋଚନା କରିବେ ସେ ନେଇ କୌଣସି ସରକାରୀ ସୂଚନା ମିଳିନଥିଲେ ମଧ୍ୟ ଚୀନ୍ ସହ ଚାଲିଥିବା ସୀମା ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋଚନା କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି।

ତେବେ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଟୁଇଟ୍ କରି ରବିବାର ସକାଳ ୧୧ ଟାରେ  ‘ମନ କି ବାତ’ କାର୍ଯ୍ୟକ୍ରମ ମାଧ୍ୟମରେ ପୁଣି ଥରେ ଦେଶବାସୀଙ୍କ ସହ ଯୋଡି ହେବେ ବୋଲି ଲେଖିଥିବା ବେଳେ ଏହା ତାଙ୍କର ୬୬ତମ ଅଧ୍ୟାୟ ବୋଲି ଜଣା ପଡିଛି | ତେବେ ଆଜିର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ କେଉଁ ବିଷୟକୁ ନେଇ ଆଲୋଚନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି |

ସମ୍ବନ୍ଧିତ ଖବର