ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ପୋଲ ତଳୁ ଶିଶୁର ମୃତଦେହ ଉଦ୍ଧାର

ବାହାନଗା: ବାଲେଶ୍ଵର ଜିଲ୍ଲା ଖନ୍ତାପଡ଼ା ଥାନା ଅଞ୍ଚଳରେ ଏକ ଶିଶୁର ମୃତଦେହ ଉଦ୍ଧାର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ,  ଖନ୍ତାପଡ଼ା ଥାନା ଅନ୍ତର୍ଗତ ସଲଟ ରୋଡର କାନକଟା ନିକଟରେ ଥିବା ସୁସୁନି ପୋଲ ତଳୁ ଆଜି ଭୋର ସମୟରେ ଏକ ଶିଶୁର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ରାସ୍ତାରେ ଯାଉଥିବା ଲୋକେ ଶିଶୁର ମୃତଦେହ ଭାସୁଥିବାର ଦେଖି ଖନ୍ତାପଡ଼ା ଥାନାକୁ ଖବର ଦେଇଥିଲେ।

ଖବରପାଇ ଶ୍ରୀଜଙ୍ଗ ସରପଞ୍ଚ କାର୍ତ୍ତିକେଶ୍ୱର ବାରିକ, ଥାନା ଆଇଆଇସି ସଞ୍ଜୟ କୁମାର ପରିଡ଼ା ଘଟଣାସ୍ଥଳରେ ପହଞ୍ଚିଥିଲେ। ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ ପରେ ମୃତଦେହ ପାଣିରୁ ଛାଣି ମାଟି ଖୋଳି ପୋତି ଦେଇଥିଲେ। ତେବେ ମୃତ ଶିଶୁଟି ପୁତ୍ର କି କନ୍ୟା ସନ୍ତାନ ଜଣାପଡ଼ି ନ ଥିଲା ବେଳେ ରାତିରେ କେହି ମୃତ ଶିଶୁଟିକୁ ପୋଲ ତଳକୁ ଫିଙ୍ଗି ଦେଇଥିବାର ଆଲୋଚନା ହେଉଛି। ଏନେଇ ଅଧିକ ତଦନ୍ତର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର