ପ୍ରିୟଙ୍କା ଗାନ୍ଧି ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ କହି ଫସିଲେ କଂଗ୍ରେସ ନେତା (ଭିଡିଓ ଦେଖନ୍ତୁ)

ନୂଆଦିଲ୍ଲୀ : ଦିଲ୍ଲୀରେ ଅନୁଷ୍ଠିତ କଂଗ୍ରେସର ଏକ ଜନସଭାରେ ଆଜି ଏପରି ଏକ ଘଟଣା ଘଟିଲା ଯାହାକି ଦଳ ପାଇଁ ବେଶ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି । ଏପରିକି ସୋସିଆଲ ମିଡିଆରେ କଂଗ୍ରେସକୁ ପ୍ରବଳ ଟ୍ରୋଲ କରାଯାଉଛି ।

ଘଟଣାଟି ଏହିପରି..ଦିଲ୍ଲୀ କଂଗ୍ରେସର ଏକ ଜନସଭାରେ ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ଭାଷଣ ଦେବାବେଳେ କଂଗ୍ରେସ ନେତାମାନଙ୍କ ନାଁରେ ଜିନ୍ଦାବାଦ କହୁଥିଲେ.. ସୋନିଆ ଗାନ୍ଧି…ଜିନ୍ଦାବାଦ ! ରାହୁଲ ଗାନ୍ଧି ଜିନ୍ଦାବାଦ ! କଂଗ୍ରେସ ପାର୍ଟି ଜିନ୍ଦାବାଦ !” । ଏହା ପରେ ସେ ଯେତେବେଳେ ପ୍ରିୟଙ୍କା ଗାନ୍ଧିଙ୍କ ପାଳି ଆସିଲା ସେ ଭୁଲରେ ପ୍ରିୟଙ୍କା ଗାନ୍ଧି ବଦଳରେ ‘ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ’ କହିଦେଲେ । ଏହାକୁ ନେଇ ସଭାରେ ପ୍ରବଳ ହାସ୍ୟରୋଳ ସୃଷ୍ଟି ହୋଇଥିଲା । ତେବେ ମଞ୍ଚରେ ଥିବା ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷ ସୁଭାଷ ଚୋପ୍ରା ଓ ଅନ୍ୟ ନେତାମାନେ ଆଶ୍ଚର୍ଯ୍ୟ ହୋଇ ତାଙ୍କୁ ଅନେଇବା ପରେ ସେ ନିଜକୁ ସୁଧାରି ନେଇଥିଲେ ।

 

ଏହି ଭିଡିଓ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ କଂଗ୍ରେସକୁ ଟ୍ରୋଲ କରାଯାଉଛି । ଲୋକମାନେ ଭଳିକି ଭଳି ବ୍ୟଙ୍ଗ ଲେଖୁଛନ୍ତି । ଜଣେ ଲେଖିଛନ୍ତି, ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ କହିବା ପରେ ସେ ନିକ ଜୋନାସ ଜିନ୍ଦାବାଦ ମଧ୍ୟ କହିବାର ଥିଲା ।

ସମ୍ବନ୍ଧିତ ଖବର