ପ୍ରିୟଙ୍କା ଗାନ୍ଧି ଅସ୍ଥାୟୀ ଭାବେ ଗୁରୁଗ୍ରାମରେ ରହିବେ

ନୂଆଦିଲ୍ଲୀ : ଚଳିତ ମାସ ଶେଷ ସୁଦ୍ଧା କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀର ଲୋଧି ଇଷ୍ଟେଟ୍‌ ସ୍ଥିତ ସରକାରୀ ବଙ୍ଗଳାକୁ ଖାଲି କରିବେ। ସରକାରୀ ବଙ୍ଗଳା ଛାଡିବା ପରେ ସେ ଅସ୍ଥାୟୀ ଭାବେ ହରିଆଣା ଗୁରୁଗ୍ରାମର ସେକ୍ଟର-୪୨ସ୍ଥିତ ଡିଏଲ୍‌ଏଫ୍‌ ଅରାଲିଆରେ କିଛିଦିନ ପାଇଁ ରହିବେ ବୋଲି ଜଣାପଡ଼ିଛି। ତେବେ ପରେ ସେ ନୂଆଦିଲ୍ଲୀର ସୁଜାନ ସିଂହ ପାର୍କ ନିକଟ‌ରେ ସ୍ଥାୟୀ ଭାବେ ରହିବେ ବୋଲି ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି। ଜୁଲାଇ ୩୧ ପରଠାରୁ ସେ ଅସ୍ଥାୟୀ ଭାବେ ଗୁରୁଗ୍ରାମରେ ରହିବେ। ଏଣୁ ଯୁଦ୍ଧକାଳୀନ ଭିତ୍ତିରେ ଗୁରୁଗ୍ରାମ ବଙ୍ଗଳାର ମରାମତି କାର୍ଯ୍ୟ ଆଗେଇ ଚାଲିଛି। ଲୋଧି ଇଷ୍ଟେଟସ୍ଥିତ ସରକାରୀ ବଙ୍ଗଳା ଛାଡ଼ିବାକୁ ଗତ ଜୁଲାଇ ୧ରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରିୟଙ୍କାଙ୍କୁ ନୋଟିସ ଦିଆଯାଇଥିଲା।

ସମ୍ବନ୍ଧିତ ଖବର