କରୋନାକୁ ନେଇ ପର୍ଣ୍ଣ ଭିଡିଓ

ନୂଆଦିଲ୍ଲୀ: କରୋନା ଭୂତାଣୁରେ ବିଶ୍ବରେ ୯୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଦିନକୁ ଦିନ ଏ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ଗୋଟିଏ ପଟେ କରୋନାକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ‌ଖେଳି ଯାଇଥିବାବେଳେ ଅନ୍ୟପଟେ ଏ ନେଇ କେତେକ ବିଚିତ୍ର ଖବର ମଧ୍ୟ ପଦାକୁ ଆସିବାରେ ଲାଗିଛି। ଲୋକମାନେ ମୁହଁରେ ମାସ୍କ ପିନ୍ଧି ଯୌନକ୍ରୀଡ଼ା କରୁଥିବା ଭିଡିଓ ପର୍ଣ୍ଣୱେବସାଇଟ୍‌ ‘ପର୍ଣ୍ଣହବ୍‌’ରେ ଦେଖିବାକୁ ମିଳୁଛି। ପର୍ଣ୍ଣହବରେ ଏସବୁ ଭିଡିଓର ଟ୍ରେଣ୍ଡିଂ ହେଉଛି। ‘ଟିଏସଏ ଏଜେଣ୍ଟ’, ‘ଡିଟେନ୍ସ ଓମ୍ୟାନ’, ‘ସ‌ସପେକ୍ଟେଡ ଅଫ୍ କରୋନାଭାଇରସ’ ଏବଂ ‘ଡେଜର୍ଟେଡ ଉହାନ’ ଭଳି ନାମରେ ଏଗୁଡ଼ିକ ଆସିଛି। ଭୂତ ସିନେମା ପ୍ରତି ଲୋକମାନେ ଯେଭଳି ଆକୃଷ୍ଟ ହୋଇଥାନ୍ତି କରୋନା ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ପର୍ଣ୍ଣ ଭିଡିଓ ପ୍ରତି ମଧ୍ୟ ଆକୃଷ୍ଟ ହେଉଛନ୍ତି ବୋଲି ଜଣେ ପର୍ଣ୍ଣ ଷ୍ଟାର କହିଛନ୍ତି।

ସମ୍ବନ୍ଧିତ ଖବର