ଲୋକଙ୍କ ଅଭିବାଦନ ଅଭ୍ୟାସ ବଦଳାଇ ଦେଲା କରୋନା, ପର୍ଣ୍ଣ ସାଇଟରେ ବି କରୋନା ଭିଡିଓ

ନୂଆଦିଲ୍ଲୀ: ବିଶ୍ବରେ କରୋନା ରୋଗ ବ୍ୟାପିବା ପରେ ଲୋକମାନେ କରମର୍ଦ୍ଦନ କରୁନାହାନ୍ତି। ଘର, କାର୍ଯ୍ୟାଳୟ ଏବଂ ପୂଜାସ୍ଥଳୀ ଗୁଡ଼ିକରେ ଲୋକମାନେ ପରସ୍ପର ସହିତ ହାତ ମିଳାଇବା, ଗାଲରେ ଚୁମ୍ବନ ଦେବା ଏବଂ ଆଲିଙ୍ଗନ କରିବା ହ୍ରାସ ପାଇଛି। ବରଂ ଏହା ବଦଳରେ ଦୁଇ ହାତ ଯୋଡ଼ି ନମସ୍କାର କରିବା କିମ୍ବା ଅନ୍ୟ ପାରମ୍ପରିକ ଉପାୟରେ ନିଜ ନିଜର ଶ୍ରଦ୍ଧା ଏବଂ ସମ୍ମାନ ଆଦି ପ୍ରଦର୍ଶନ କରୁଛନ୍ତି।

ଚୀନରେ ଲୋକମାନଙ୍କୁ କରମର୍ଦ୍ଦନ ନ କରିବା ପାଇଁ ନାଲି ଅକ୍ଷରରେ ବଡ଼ ବଡ଼ ହୋର୍ଡିଂ ଲଗାଯାଇଛି। କରମର୍ଦ୍ଦନ କରିବା ପରିବର୍ତ୍ତେ ହାତ ଯୋଡ଼ି ଅଭିଭାଦନ ଜଣାଇବା ପାଇଁ କୁହାଯାଇଛି। ମାଇକ୍ ଯୋଗେ ଏ ନେଇ ପ୍ରଚାର ମଧ୍ୟ କରାଯାଉଛି। ଫ୍ରାନ୍ସରେ ମଧ୍ୟ କରମର୍ଦ୍ଦନ ପରିବର୍ତ୍ତେ କିଭଳି ବିକଳ୍ପ ଅଭିବାଦନ କରାଯାଇ ପାରିବ ସେ ନେଇ ସମ୍ବାଦପତ୍ରଗୁଡ଼ିକରେ ବହୁଳମାତ୍ରାରେ ବିଜ୍ଞାପନ ଦିଆଯାଉଛି। ସଂଯୁକ୍ତ ଆରବ ଏମିରେଟ୍ସ ଏବଂ କାତାରରେ ଲୋକମାନଙ୍କୁ ନାକକୁ ନାକ ଲଗାଇ ଅଭିବାଦନକୁ ବନ୍ଦ କରିବା ଲାଗି କୁହାଯାଇଛି। ଇରାନ, ପୋଲାଣ୍ଡ, ରୋମାନିଆ ଏବଂ ସ୍ପେନ ଆଦି ଦେଶରେ ମଧ୍ୟ ଲୋକଙ୍କୁ ଏ ନେଇ ଭିନ୍ନ ଭିନ୍ନ ପରାମର୍ଶମାନ ଦିଆଯାଇଛି।

କରୋନାକୁ ନେଇ ପର୍ଣ୍ଣ ଭିଡିଓ

କରୋନା ଭୂତାଣୁରେ ବିଶ୍ବରେ ୯୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ବେଳେ ଦିନକୁ ଦିନ ଏ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ଗୋଟିଏ ପଟେ କରୋନାକୁ ନେଇ ସମଗ୍ର ବିଶ୍ବରେ ଆତଙ୍କ ‌ଖେଳି ଯାଇଥିବାବେଳେ ଅନ୍ୟପଟେ ଏ ନେଇ କେତେକ ବିଚିତ୍ର ଖବର ମଧ୍ୟ ପଦାକୁ ଆସିବାରେ ଲାଗିଛି। ଲୋକମାନେ ମୁହଁରେ ମାସ୍କ ପିନ୍ଧି ଯୌନକ୍ରୀଡ଼ା କରୁଥିବା ଭିଡିଓ ପର୍ଣ୍ଣୱେବସାଇଟ୍‌ ‘ପର୍ଣ୍ଣହବ୍‌’ରେ ଦେଖିବାକୁ ମିଳୁଛି। ପର୍ଣ୍ଣହବରେ ଏସବୁ ଭିଡିଓର ଟ୍ରେଣ୍ଡିଂ ହେଉଛି। ‘ଟିଏସଏ ଏଜେଣ୍ଟ’, ‘ଡିଟେନ୍ସ ଓମ୍ୟାନ’, ‘ସ‌ସପେକ୍ଟେଡ ଅଫ୍ କରୋନାଭାଇରସ’ ଏବଂ ‘ଡେଜର୍ଟେଡ ଉହାନ’ ଭଳି ନାମରେ ଏଗୁଡ଼ିକ ଆସିଛି। ଭୂତ ସିନେମା ପ୍ରତି ଲୋକମାନେ ଯେଭଳି ଆକୃଷ୍ଟ ହୋଇଥାନ୍ତି କରୋନା ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ପର୍ଣ୍ଣ ଭିଡିଓ ପ୍ରତି ମଧ୍ୟ ଆକୃଷ୍ଟ ହେଉଛନ୍ତି ବୋଲି ଜଣେ ପର୍ଣ୍ଣ ଷ୍ଟାର କହିଛନ୍ତି।

ସମ୍ବନ୍ଧିତ ଖବର