ଶ୍ରୀକାନ୍ତ ତ୍ୟାଗୀଙ୍କ ଗିରଫଦାରୀକୁ ବିରୋଧ

ନଏଡ଼ା : ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଆତ୍ମଘୋଷିତ ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀକୁ କିଛିଦିନ ପୂର୍ବେ ଗିରଫ କରାଯାଇଥିଲା। ତେବେ ଏହି ଗିରଫଦାରୀକୁ ତୀବ୍ର ବିରୋଧ କରି ତ୍ୟାଗୀ ସମ୍ପ୍ରଦାୟର ସଦସ୍ୟ ତଥା ତାଙ୍କ ସମର୍ଥକମାନେ ନଏଡ଼ାର ଗେଜ୍‌ହା ଗ୍ରାମର ଗ୍ରାଣ୍ଡ୍ ଓମାକ୍ସ୍ ସୋସାଇଟି ବାହାରେ ଏକତ୍ରିତ ହୋଇ ବିକ୍ଷୋଭ କରିଛନ୍ତି। ତ୍ୟାଗୀଙ୍କ ଗିରଫ ଏକ ଷଡ଼୍‌ଯନ୍ତ୍ର ବୋଲି ଅଭିଯୋଗ କରି ବିକ୍ଷୋଭକାରୀମାନେ ସାଂସଦ ମହେଶ ଶର୍ମାଙ୍କ ବିରୋଧରେ ନାରା ଲଗାଇଥିଲେ। ତ୍ୟାଗୀଙ୍କ ମହିଳା ସମର୍ଥକଙ୍କୁ ପୁଲିସ ଅସଦାଚରଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଉକ୍ତ ବିରୋଧ ପ୍ରଦର୍ଶନ ସମ୍ପର୍କରେ ସୋସିଆଲ ମିଡିଆରୁ ସୂଚନା ପାଇବା ପରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବହୁ ସଂଖ୍ୟକ ପୁଲିସ ନିୟୋଜିତ ହୋଇଥିଲେ।

ସମ୍ବନ୍ଧିତ ଖବର