ନୂଆଦିଲ୍ଲୀ ଓ ୨୮ଟି ରାଜ୍ୟ ମଧ୍ୟରେ ଅବିଶ୍ୱାସର ଅନ୍ତ ହେବ କି
ନୂଆଦିଲ୍ଲୀ : କରୋନାଭୂତାଣୁ ଜଡ଼ିତ ୪୩-ଦିନିଆ ଲକ୍ହାଉନ୍ ପରେ ପୁଣି ଭାରତୀୟ ଅର୍ଥନୀତି ଚେଇଁଉଠିବ। କିନ୍ତୁ ଅତିଶୟ କେନ୍ଦ୍ରୀଭୂତ ନିଷ୍ପତ୍ତିଗ୍ରହଣରେ ଏହା ଉପରେ ପ୍ରଶ୍ନବାଚୀ ଠିଆ ହୋଇଛି। ରାଜଧାନୀ ନୂଆଦିଲ୍ଲୀ ଓ ୨୮ଟି ରାଜ୍ୟ ମଧ୍ୟରେ ସୁଦୀର୍ଘ ଅବିଶ୍ୱାସ ଭିତରେ ୧୩୦ କୋଟି ଲୋକଙ୍କ ସାଧାରଣ ବଜାରକୁ ପ୍ରଭାବିତ କରିବ ନିବେଶକମାନଙ୍କ ନିରୁତ୍ସାହ। ଇନ୍ଧନ ବା ମଦ୍ୟ ଉପରେ ଟିକସ ଲାଗୁ କରି ଯେଉଁ ଟିକକ ରାଜସ୍ୱ ରାଜ୍ୟ ପାଉଥିଲା, ତାହା ବି ବନ୍ଦ ହୋଇଯାଇଛି। ତେଣୁ ସଂଘୀୟ ସମ୍ବଳ ଉପରେ ଭାଗ ବସାଇବା ବ୍ୟତୀତ ଆଉ କିଛି ଭଲ ବିକଳ୍ପ ନାହିଁ। ତଥାପି ରାଜ୍ୟମାନେ ଦୁଃଖଦ ବେଳାରେ ଆର୍ଥନୀତିକ ପରିଣତିକୁ ସହ୍ୟ କରିବାକୁ ଛାଡ଼ିଦିଆଯାଇଛି। ଲୁଧିଆନା ଓ ଜଳନ୍ଧରର ଶିଳ୍ପାଞ୍ଚଳଗୁଡ଼ିକୁ ପୁଣି ଚାଲୁ କରିବା ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ସୋମବାର ଭିଡ଼ିଓ କନ୍ଫରେନ୍ସିଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। କିନ୍ତୁ ଉଭୟ ସ୍ଥାନ ନୂଆଦିଲ୍ଲୀ ଦ୍ୱାରା ଲାଲ୍ ଜୋନ୍ ରୂପେ ଚିହ୍ନିତ ହୋଇଛି। ଏହା ଦ୍ୱାରା ଅତ୍ୟାବଶ୍ୟକ ସେବା ବ୍ୟତୀତ ଆଉ ସବୁ ବନ୍ଦ। ପଞ୍ଜାବ ବ୍ୟାପକ ଭାବରେ ଅଳ୍ପ ଉନ୍ନତ ରାଜ୍ୟଗୁଡ଼ିକରୁ ବଳକା ଶ୍ରମଶକ୍ତି ଉପରେ ନିର୍ଭରଶୀଳ। ଆଉ ସେଇମାନେ ଏବେ ଧନ୍ଦା ନଥିବାରୁ ଓ ଟଙ୍କା ନଥିବାରୁ ନିଜନିଜ ଘରକୁ ଶ୍ରମିକ ସ୍ପେଶାଲ ରେଳଗାଡ଼ିରେ ଫେରିଯିବା ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କୁ କେମିତି ଅଟକାଇପାରିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଜ୍ୟମାନେ ଦେଶର ଚଳନ୍ତି ପରିସ୍ଥିତିରେ ନାଚାର ଥିବା ବେଳେ କୋଭିଡ୍-୧୯ରେ ସର୍ବାଧିକ ପ୍ରଭାବିତ ମହାରାଷ୍ଟ୍ର ତେଣେ ମୁମ୍ବାଇ ସହରତଳି ରେଳସେବା ପୁଣି ଚାଲୁ କରିବାକୁ ମୋଦୀ ଅନୁମତି ଦେବେ ବୋଲି ଟାକିବସିଛି। ଦେଶର ବାଣିଜ୍ୟିକ ଓ ମନୋରଂଜନ ରାଜଧାନୀରେ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀମାନଙ୍କ ଯାତାୟତ ପାଇଁ ଏହା ଦରକାର ବୋଲି କହାଯାଉଛି। ତେଣେ କେରଳ ଆଉ ଥରେ କୋଭିଡ୍-୧୯ ଅଡ଼ୁଆରେ ପଡିଲାଣି ମଧ୍ୟପ୍ରାଚ୍ୟ ଫେରନ୍ତାମାନଙ୍କ ଠାରେ ଭୂତାଣୁ ପଜିଟିଭ୍ ଚିହ୍ନଟ କରି। ତେଣୁ ରାଜ୍ୟ ଅର୍ଥମନ୍ତ୍ରୀ ଦାବି କଲେଣି ଜିଏସ୍ଟି ବାବଦରେ କ୍ଷତିପୂରଣ। ଲକ୍ଡାଉନ୍ ଲମ୍ବୁଥିବାରୁ ଏହା ଆହୁରି ଚିନ୍ତାଜନକ ହେବ। ବିଶେଷଜ୍ଞମାନେ କହନ୍ତି ଯେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କର ନିଅଣ୍ଟିଆ ବଜେଟ୍ ନିଶ୍ଚିତ। ନିରାପଦ ଭାବରେ ରାଜ୍ୟର ଅର୍ଥନୀତିର ପୁନରାରମ୍ଭ ପାଇଁ ରାଜ୍ୟଗୁଡ଼ିକୁ ସରକାର ଓ ରିଜର୍ଭ ବ୍ୟାଙ୍କ୍ ନିଶ୍ଚିତ ରୂପେ ସମ୍ବଳ ଯୋଗାଇବାର ବ୍ୟବସ୍ଥା କରିବା ଉଚିତ। ମଙ୍ଗଳବାର ମୋଦୀ ଯେଉଁ ୨୦ ଲକ୍ଷ କୋଟିର ପ୍ରତିଶ୍ରୁତି ଦେଇଛନ୍ତି, ସେଥିରୁ କିଛି ମାତ୍ରାରେ ରାଜ୍ୟ ହାତକୁ ଆସିବ। କିନ୍ତୁ ବିପୁଳ ପରିମାଣରେ ଦାଦନଶ୍ରମିକ ଫେରିଥିବା ରାଜ୍ୟଗୁଡ଼ିକ ଉପରେ ସେମାନଙ୍କୁ କାମ ଯୋଗାଇବାର ପ୍ରବଳ ଚାପ ରହିବ। ଏପରିକି କୃଷିଭିତ୍ତିକ ଅର୍ଥନୀତି ଉପରେ ବି ଚାପ ଅଜାଡ଼ି ହୋଇପଡ଼ିବ।