ତୃତୀୟଥର ବାପା ହେବାପରେ ଝିଅର ଏଭଳି ନାମକରଣ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ଘରେ ମାର୍ଚ୍ଚ ୨୬ ତାରିଖରେ ଶିଶୁ କନ୍ୟାର ଜନ୍ମ ହୋଇଛି। ଏହାର ସୂଚନା ଭଗୱନ୍ତ ମାନ୍‌ ଗୁରୁବାର ନିଜେ ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲ୍ ଏକ୍ସରେ ଦେଇଥିଲେ ।

ଏହି ଖୁସି ଖବର ଦେଇ ଭଗବନ୍ତ ମାନ୍ କହିଥିଲେ, ମୁଁ ଏକ ଶିଶୁକନ୍ୟାର ପିତା ହୋଇଛି। ମା’ ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି। କନ୍ୟା ସନ୍ତାନ ଜନ୍ମ ହେବାର ଅନେକ ସମୟ ପରେ ମୁଁ ହସ୍ପିଟାଲ ଯାଇଥିଲି। କାରଣ ମୋ ହେତୁ ହସ୍ପିଟାଲରେ ଜଦି ଭିଡ଼ ଲାଗିଯାଏ ତେବେ ଅନ୍ୟ ଲୋକଙ୍କୁ ଏନେଇ ଅସୁବିଧା ହୋଇଥାଆନ୍ତା। ତେଣୁ ଝିଅକୁ ଦେଖିବା ପାଇଁ ମୁଁ ରାତି ସମୟରେ ଯାଇଥିଲି। ’

 

ମୁଖ୍ୟମନ୍ତ୍ରୀ ହେବାର ୪ ମାସ ପରେ ଭଗୱନ୍ତ ମାନ୍ ୨୦୨୨ ଜୁଲାଇରେ ଗୁରପ୍ରୀତ୍‌ଙ୍କୁ ବିବାହ କରିଥିଲେ। ମାନ୍‌ଙ୍କର ପ୍ରଥମ ସ୍ତ୍ରୀଙ୍କଠାରୁ ୨୨ ବର୍ଷ ବୟସ୍କା ଝିଅ ସିରତ୍ କୌର ମାନ୍ ଏବଂ ୧୯ ବର୍ଷ ବୟସ୍କ ପୁଅ ଦିଲସାନ ସିଂ ମାନ୍ ରହିଛନ୍ତି। ମାନ୍ ଏବେ ତୃତୀୟ ଥର ପାଇଁ ପିତା ହୋଇଛନ୍ତି।  ଭଗୱନ୍ତ ମାନ୍ ତୃତୀୟ ସନ୍ତାନର ନାମ ନିୟାମତ ରଖିଛନ୍ତି। ନିୟାମତର ଅର୍ଥ ଭଗବାନଙ୍କ ଦ୍ବାରା ପ୍ରଦତ୍ତ ଧନ-ସମ୍ପଦ ଓ ଐଶ୍ବର୍ଯ୍ୟ।

 

ସମ୍ବନ୍ଧିତ ଖବର