ସ୍ବାସ୍ଥ୍ୟ ବର୍ଦ୍ଧକ ଟନିକ୍ ପିଇ ଜାପାନରେ ୫ ମୃତ, ୧୦୦ରୁ ଅଧିକ ଆହତ

ଟୋକିଓ: ନିଜ ସ୍ବାସ୍ଥ୍ୟକୁ ଉନ୍ନତ କରିବାକୁ ଯାଇ ଜାପାନରେ କେତେକ ଲୋକ ପ୍ରାଣ ହରାଇଛନ୍ତି। ଜାପାନରେ ସ୍ବାସ୍ଥ୍ୟ ବର୍ଦ୍ଧକ ଟନିକ୍ ପିଇ ୫ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି ।

ତେବେ ଏହି ଘଟଣା ପରେ ଉକ୍ତ ଟନିକକୁ ବଜାରରୁ ପ୍ରତ୍ୟାହାର କରିବା ଆରମ୍ଭ ହୋଇଛି । ଓସାକାସ୍ଥିତ କୋବାୟାସି ଫାର୍ମାସ୍ୟୁଟିକାଲ୍ କମ୍ପାନି ଜାନୁଆରି ପ୍ରାରମ୍ଭରେ ଏହି ଉତ୍ପାଦଗୁଡ଼ିକର ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲା ବୋଲି ଅଭିଯୋଗ ହୋଇଛି। କିନ୍ତୁ ମାର୍ଚ୍ଚ ୨୨ ତାରିଖରେ ଏ ସଂକ୍ରାନ୍ତରେ ପ୍ରଥମ ସାର୍ବଜନୀନ ଘୋଷଣା କରାଯାଇଥିଲା। ଫଳରେ ଶୁକ୍ରବାର ସୁଦ୍ଧା ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

କୋଲେଷ୍ଟ୍ରଲ କମାଇବା ପାଇଁ ବ୍ୟବହୃତ ବେନେକୋଜି କୋଲେଷ୍ଟ୍ରୋଲ ହେଲ୍ପ ସମେତ ଅନେକ ଉତ୍ପାଦ ନେବା ପରେ ୧୧୪ ଜଣ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି କମ୍ପାନୀ ଅଧିକାରୀମାନେ କହିଛନ୍ତି। ବେନେକୋଜି କୋଲେଷ୍ଟେ ହେଲ୍ପ ନାମକ ଏହି ଟନିକରେ  ବେନିକୋଜି ନାମକ ଏକ ପଦାର୍ଥ ମିଳିଛି, ଯାହା କି ଫଙ୍ଗସର ଏକ ଲାଲ ପ୍ରଜାତି ଅଟେ । ଚଳିତ ସପ୍ତାହ ପ୍ରାରମ୍ଭରେ ମୃତ୍ୟୁ ସଂଖ୍ୟା ୨ ଥିଲା। ନିର୍ମାତାଙ୍କ କହିବା ଅନୁଯାୟୀ, ଏହି ସାମଗ୍ରୀ ଖାଇବା ପରେ କିଛି ଲୋକଙ୍କର କିଡନୀ ସମସ୍ୟା ଦେଖାଦେଇଥିଲା କିନ୍ତୁ ଲୋକଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବାକୁ ସରକାରୀ ପରୀକ୍ଷାଗାର ସହଯୋଗରେ ଯାଞ୍ଚ କରାଯାଉଛି ।

 

ସମ୍ବନ୍ଧିତ ଖବର