ବୀରଭୂମ: ଫଟୋ ଉଠାର ନିଶା ଆଜିକାଲି ଲୋକଙ୍କୁ ଏମିତି ଭାବେ ଘାରିଛି ଯେ ଭିନ୍ନ ସମୟରେ ଭିନ୍ନ ଅଘଟଣ ସବୁ ଘଟିବାରେ ଲାଗିିଛି। ସେଲ୍ଫି ପାଇଁ ଜୀବନ ଗଲା ଆଜିକାଲିକା ଗଣମାଧ୍ୟମର ଏକ ସାଧାରଣ ବିଷୟବସ୍ତୁ ପାଲଟିଗଲାଣି। ସେହି ସେଲ୍ଫି ନିଶା ହେତୁ ଏକ ଅଜଗରର ପ୍ରାଣ ଯାଇଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାଠାରେ ଘଟିଯାଇଛି ଏପରି ଏକ ଅଘଟଣ। ଜଣେ ଅଜଗର ସହ ସେଲ୍ଫି ନେବା ନିଶାରେ ଲୋକେ ସାପଟିକୁ ଏପରି କଲ୍ବଲ୍ କଲେ ଯେ ଶେଷରେ ତା’ର ଜୀବନ ଚାଲଗଲା। ବନ ବୀଭାଗୀୟ କର୍ମଚାରୀ ବୁଧବାର ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ ପହଞ୍ଚି ସାପଟିକୁ ଉଦ୍ଧାର କରିବା ପୂର୍ବରୁ ସାପଟିର ଜୀବନ ଯାଇ ସାରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲାର ବାବୁଇଜର୍ ଗ୍ରାମବାସୀମାନେ ହିଙ୍ଗ୍ାଲୋ ନଦୀରୁ ବୁଧବାର ଏକ ଅଜଗର ଧରିଥିଲେ। ଅଜଗରଟିକୁ ସାମ୍ନାରେ ପାଇ ଲୋକମାନେ ତା’ସହ ସଙ୍ଗେ ସଙ୍ଗେ ଫଟୋ ଉଠାଇବାରେ ଲାଗିଥିଲେ। ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନଙ୍କ ପକ୍ଷରୁ ଜାଣିବାକୁ ମିଳିିଛି ଯେ ସେମାନେ ସାପଟିକୁ ବାଡ଼ିରେ ଖୋଞ୍ଚାଖେଞ୍ଚି ବି କରିଥିଲେ। ଆଉ କେହି କେହି ତାହାକୁ ନିଜ ବେକରେ ମଧ୍ୟ ଗୁଡ଼ାଇ ଫଟୋ ନେଇଥିଲେ। ଧୀରେ ଧୀରେ ଅଜଗରଟି ଦୁର୍ବଳ ହୋଇପଡ଼ିବା ପରେ ତା’ର ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିିଛି।