ରାଫେଲ ବିମାନର ମୂଲ୍ୟକୁ ବର୍ତ୍ତମାନ ପାଇଁ ସର୍ବସାଧାରଣରେ ପ୍ରକାଶ କରିବାର କୌଣସି ଆବଶ୍ୟକତା ନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ ଭାରତ କିଣୁଥିବା ୩୬ଟି ରାଫେଲ ବିମାନର ମୂଲ୍ୟକୁ ବର୍ତ୍ତମାନ ପାଇଁ ସର୍ବସାଧାରଣରେ ପ୍ରକାଶ କରିବାର କୌଣସି ପ୍ରକାରର ଆବଶ୍ୟକତା ନାହିଁ ବୋଲି ଆଜି (ବୁଧବାର) ସୁପ୍ରିମ୍‌ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ଏଥିସହ ସୁପ୍ରିମ୍‌ କୋର୍ଟ ଯେ ପର୍ଯ୍ୟନ୍ତ ଏଥିପାଇଁ ଅନୁମତି ପ୍ରଦାନ ନ କରିଛନ୍ତି ସେ ପର୍ଯ୍ୟନ୍ତ ରାଫେଲ ବିମାନର କ୍ରୟ ମୂଲ୍ୟ ସର୍ବସାଧାରଣରେ ଘୋଷଣା କରାଯାଇ ପାରିବ ନାହିଁ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟ ସତର୍କ କରାଇ ଦେଇଛନ୍ତି।

ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମ୍‌ କୋର୍ଟଙ୍କ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ରାଫେଲ ବିମାନର କ୍ରୟ ମୂଲ୍ୟକୁ ନେଇ ଚାଲିଥିବା ବିତର୍କରେ ଯେ ପର୍ଯ୍ୟନ୍ତ ରାଫେଲ ବିମାନର କ୍ରୟ ମୂଲ୍ୟକୁ ସର୍ବସାଧାରଣ କରାଯିବାର ଆବଶ୍ୟକତା ରହିଛି ବୋଲି କୋର୍ଟ ହୃଦବୋଧ କରିନାହାନ୍ତି, ସେ ପର୍ଯ୍ୟନ୍ତ ରାଫେଲର କ୍ରୟ ମୂଲ୍ୟ ଗୁପ୍ତ ରହିବ। ଶୁଣାଣି ପରେ ଯଦି କୋର୍ଟ ଆବଶ୍ୟକ ମନେକରିବେ ତେବେ ଯାଇ ରାଫେଲ ବିମାନର କ୍ରୟ ମୂଲ୍ୟକୁ ସର୍ବସାଧାରଣରେ ପ୍ରକାଶ କରାଯିବ ବୋଲି କହିଛନ୍ତି ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ।

ସମ୍ବନ୍ଧିତ ଖବର