ରାଫେଲ୍‌ ଡିଲ୍‌ ବାତିଲ ହେବ ନାହିଁ; ଅର୍ଥମନ୍ତ୍ରୀ ଜେଟଲୀ

ନୂଆଦିଲ୍ଲୀ: ଫ୍ରାନ୍ସ ସହ ଭାରତର ହୋଇଥିବା ରାଫେଲ୍‌ ଡିଲ୍‌ କୌଣସି ପରିସ୍ଥିତିରେ ବି ବାତିଲ୍‌ ହେବ ନାହିଁ ବୋଲି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସ୍ପଷ୍ଟ କରି ଦେଇଛନ୍ତି। ରାଫେଲ୍‌ ଡିଲ୍‌ ସଂପର୍କରେ ବିରୋଧୀ କଂଗ୍ରେସ ଆଣିଥିବା ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିିହୀନ ବୋଲି କହିବା ସହ ରାଫେଲ୍‌ ଡିଲ୍‌ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୁଦ୍ଧରେ ରାଫେଲ୍‌ ଡିଲ୍‌କୁ ନେଇ ଅପଶବ୍ଦ ବ୍ୟବହାର କରିଥିବାରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର କଡ଼ା ସମାଲୋଚନା କରିଛନ୍ତି ଜେଟଲୀ।

କେନ୍ଦ୍ର ଅର୍ଥମନ୍ତ୍ରୀ ଜେଟଲୀ କହିଛନ୍ତି, ଗଣତନ୍ତ୍ରରେ ସମାଲୋଚନା କରିବାର ଅଧିକାର ରହିଛି ତେବେ ସମାଲୋଚନା ବେଳେ ଶବ୍ଦଚୟନରୁ ବ୍ୟକ୍ତର ବୁଦ୍ଧିମତା ନଜର ଆସିବା ଉଚିତ। ନିଜର ବିଗତ ଦିନର ଅପାରଗତାକୁ ଲୁଚାଇବା ପାଇଁ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଉପରେ ଦୁର୍ନୀତିର ଆରୋପ ଲଗାଇବା କଂଗ୍ରେସର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଜେଟଲି କହିଛନ୍ତି। ଅର୍ଥମନ୍ତ୍ରୀ ଅରୁଣ ଜେଟଲି କହିଛନ୍ତି, ଅଗଷ୍ଟ ୩୦ ତାରିଖରେ ରାହୁଲ ଟୁଇଟ୍‌ କରି ଫ୍ରାନ୍‌ସରେ ବଡ଼ ଧମାକା ହେବା କହିବା ଓ ତା’ପରେ ପୂର୍ବତନ ଫ୍ରାନ୍‌ସ ରାଷ୍ଟ୍ରପତି ଓଲାନ୍ଦେଙ୍କ ବୟାନ୍‌ ଆସିବା ଏହି ଷଡ୍‌ଯନ୍ତ୍ର ଆଡ଼କୁ ଇସାାରା ଦେଉଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେଲା ରାଫେଲ୍‌ ଡିଲକୁ ନେଇ କଂଗ୍ରେସ ଅଧ୍ୟକ୍ଷ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଆସୁଛନ୍ତି। ଫ୍ରାନ୍‌ସର ପୂର୍ବ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀଙ୍କୁ ଚୋର କହିବା ପ୍ରସଙ୍ଗରେ ମୋଦି ଜବାବ୍‌ ଦେବା ଉଚିତ ବୋଲି ରାହୁଲ୍‌ କହିଥିଲେ, ଯାହାର ଜବାବ୍‌ ଦେଇ ଅର୍ଥମନ୍ତ୍ର ଅରୁଣ ଜେଟଲି କହିଛନ୍ତି, ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମାଲୋଚନାର ଅଧିକାର ରହିଛି। କିନ୍ତୁ ଶବ୍ଦଚୟନରେ ଶାଳୀନତା ରହିବା ମଧ୍ୟ ଆବଶ୍ୟକ।

ସମ୍ବନ୍ଧିତ ଖବର