ରାହୁଲ୍‌ ଗାନ୍ଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ‘ଟିଆର୍‌ପି’: ମମତା ବାନାର୍ଜୀ

କୋଲ୍‌କାତା: ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ‘ଟିଆର୍‌ପି’ ବୋଲି ରବିବାର ଦିନ ମୁର୍ଶିଦାବାଦ ଜିଲ୍ଲାରେ ଆୟୋଜିତ ଦଳର ଅଭ୍ୟନ୍ତରୀଣ ବୈଠକରେ ‘ତୃଣମୂଳ କଂଗ୍ରେସ’ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭର୍ଚ୍ୟୁଆଲ୍‌ ମାଧ୍ୟମରେ ଦଳୀୟ କର୍ମୀମାନଙ୍କୁ କହିଛନ୍ତି।

ସେ କହିଛନ୍ତି, ‘ବିଜେପି’ ରାହୁଲ୍‌ ଗାନ୍ଧୀଙ୍କୁ ନେତା କରି ରଖିବାକୁ ଚାହୁଁଛି। ଯଦି ରାହୁଲ୍‌ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରହିବେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେହି ସମାଲୋଚନା କରିବାକୁ ସମର୍ଥ ହେବେ ନାହିଁ। ରାହୁଲ୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ‘ଟିଆର୍‌ପି’ (ଟାର୍ଗେଟ୍‌ ରେଟିଙ୍ଗ୍‌ ପଏଣ୍ଟ୍‌)। ‘ବିଜେପି’ ରାହୁଲ୍‌ଙ୍କୁ ‘ହିରୋ’ ବନାଇବାକୁ ଖୁବ୍‌ ବ୍ୟାକୁଳ। ‘ବିଜେପି’ ରାହୁଲ୍‌ଙ୍କୁ ନେତା କରାଇବାକୁ ଆଗ୍ରହୀ ଥିବାରୁ ପାର୍ଲାମେଣ୍ଟ୍‌ ଚଳାଇ ଦେଉନାହିଁ।

Image Courtesy of NDTV

ତା’ ନ ହେଲେ, ବିଦେଶରେ କିଏ କ’ଣ କହିଦେଲେ ସେ କଥାକୁ ଧରି ଦେଶରେ ଏତେ ବାଦବିବାଦ ହୋଇଥିବା କଥା କେହି କେବ ଦେଖିଛି? ଆମେ ଚାହୁଁ ପାର୍ଲାମେଣ୍ଟ୍‌ ଚାଲୁ ଏବଂ ଆଦାନି ଓ ‘ଏଲ୍‌ଆଇସି’ ମାମଲା ଉପରେ ଆଲୋଚନା ହେଉ। କିନ୍ତୁ, ଆଦାନି ମାମଲା ଉପରେ ଆଲୋଚନା କରାଯାଉନାହିଁ କାହିଁକି? ‘ଏଲ୍‌ଆଇସି’ ଉପରେ ଆଲୋଚନା ହେଉନି କାହିଁକି? ଗ୍ୟାସ୍‌ ଦର ଉପରେ ଆଲୋଚନା ହେଉନି କାହିଁକି? ଏଭଳି ମାମଲା ସବୁ ଥିବା ବେଳେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ କପି ଉପସ୍ଥାପନ କରାଯାଉଛି। ଆମେ ‘ୟୁନିଫର୍ମ ସିଭିଲ୍‌ କୋଡ୍‌’ ଗ୍ରହଣ କରୁନାହୁଁ କି, ତାହା ଲାଗୁ କରାଇ ଦେବୁନାହିଁ ବୋଲି ‘ତୃଣମୂଳ କଂଗ୍ରେସ’ କର୍ମୀମାନଙ୍କୁ ମମତା ବାନାର୍ଜୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କଂଗ୍ରେସ ହିଁ ‘ବିଜେପି’ ଆଗରେ ନତଃମସ୍ତକ ହେଉଛି। ସଂଖ୍ୟାଲଘୁମାନଙ୍କୁ ‘କଂଗ୍ରେସ’, ‘ସିପିଏମ୍‌’ ଓ ‘ବିଜେପି’ ‘ତୃଣମୂଳ କଂଗ୍ରେସ’ ବିରୋଧରେ ଉସୁକାଉଛନ୍ତି।

ସମ୍ବନ୍ଧିତ ଖବର