୮ଟି ଚିତା ତ ଆସିଗଲେ, ହେଲେ ୮ବର୍ଷରେ ୧୬କୋଟି ରୋଜଗାର କୁଆଡେ ଗଲା; ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତକୁ ଆଜି ୮ଟି ଚିତାବାଘ ଆସିବା ପରେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଭାରତ ଯୋଡୋ ଯାତ୍ରାରେ ବ୍ୟସ୍ତ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି ବିଜେପିକୁ ସମାଲୋଚନା କରିଛନ୍ତି। ରାହୁଲ ଟ୍ବିଟ କରି ଲେଖିଛନ୍ତି ଯେ, ୮ଟି ଚିତା ତ ଆସିଗଲେ, ବର୍ତ୍ତମାନ ମୋତେ କୁହନ୍ତୁ, ୮ବର୍ଷରେ ୧୬କୋଟି ଚାକିରି କାହିଁକି ଆସିଲା ନାହିଁ? ଏହା ସହ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ‘ଜାତୀୟ ବେରୋଜଗାର ଦିବସ’ ଭାବରେ ପାଳନ କରୁଥିବା କହିଛନ୍ତି ରାହୁଲ। ପୂର୍ବରୁ ଅନେକ ଥର ରୋଜଗାରକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରିଥିବା ବେଳେ ଆଜି ମଧ୍ୟ ତାହା କରିବାକୁ ଭୁଲି ନାହିଁ କଂଗ୍ରେସ।

ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି(ସପା) ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଟ୍ୱିଟ୍ କରି ଲେଖିଛନ୍ତି, ସମସ୍ତେ ଗର୍ଜନକୁ ଅପେକ୍ଷା କରିଥିଲେ। କିନ୍ତୁ ଏହି ଚିତା ବିଲେଇଙ୍କ ମାଉସୀଙ୍କ ପରିବାର ହୋଇଗଲା।

ଏହି ଟ୍ବିଟ ପୂର୍ବରୁ ରାହୁଲ ଗାନ୍ଧୀ ଟ୍ବିଟ କରି ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ଟ୍ବିଟ କରି ସେ ଲେଖିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା।

ସମ୍ବନ୍ଧିତ ଖବର