ଅସୁସ୍ଥ ପାରିକରଙ୍କୁ ଭେଟିଲେ ରାହୁଲ ଗାନ୍ଧୀ

ନୂଆ ରାଫେଲ ଚୁକ୍ତି ନେଇ ପାରିକର କିଛି ଜାଣିନଥିବା କହିଛନ୍ତି: ରାହୁଲ

ପାଣାଜୀ: ରାଫେଲ ଚୁକ୍ତିକୁ ନେଇ ଲଗାତାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍‌ କରିଚାଲିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ମହୋହର ପାରିକରଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଛନ୍ତି। କ୍ୟାନ୍‌ସରରେ ପୀଡ଼ିତ ପାରିକରଙ୍କୁ ଏହା ତାଙ୍କର ବ୍ୟକ୍ତିଗତ ସାକ୍ଷାତ ଥିଲା ବୋଲି ରାହୁଲ ଟ୍ବିଟ୍‌ କରି କହିଛନ୍ତି।
ଗତକାଲିଠାରୁ ଗୋଆରେ ଛୁଟି କଟାଉଥିବା ରାହୁଲ ଗାନ୍ଧୀ ଆଜି ଅଚାନକ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅଫିସକୁ ଯାଇ ତାଙ୍କୁ ଭେଟିଥିଲେ। ଶ୍ରୀ ଗାନ୍ଧୀ ପ୍ରାୟ ୫ ମିନିଟ୍‌ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ରହିଥିଲେ। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଫେଲ ପ୍ରସଙ୍ଗରେ ଘେରିବାକୁ ଯାଇ ପାରିକରଙ୍କୁ ମଧ୍ୟ ବିବାଦକୁ ଟାଣିଥିଲେ। ପାରିକରଙ୍କ ବେଡ୍‌ ରୁମ୍‌ରେ ରାଫେଲ ଫାଇଲ୍‌ ରହିଛି ବୋଲି ରାହୁଲଙ୍କ ବୟାନ ଚର୍ଚ୍ଚାର ବିଷୟ ହୋଇଥିଲା। ଭାରତ-ଫ୍ରାନ୍ସ ମଧ୍ୟରେ ରାଫେଲ ଚୁକ୍ତି ସମୟରେ ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ପାରିକରଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି ଯେ ନୂଆ ରାଫେଲ ଚୁକ୍ତି ବାବଦରେ ପାରିକର କିଛି ଜାଣିନଥିବା ତାଙ୍କୁ କହିଛନ୍ତି।

ସମ୍ବନ୍ଧିତ ଖବର