ମୋଦୀଙ୍କୁ ସମାଲୋଚନା କଲେ ରାହୁଲ,ଦେଶରେ ଖେଳାଉଛନ୍ତି ଘୃଣାର ବିଷ

ବାୟନାଡ଼: ନିଜ ସଂସଦୀୟ କ୍ଷେତ୍ର ବାୟନାଡ଼ ଗସ୍ତରେ ଯାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ଏଠାରେ ଆୟୋଜିତ ଏକ ରୋଡ଼ ଶୋରେ ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି | ରାହୁଲ କହିଛନ୍ତି ଯେ ରାଷ୍ଟ୍ରୀୟ ସ୍ତରରେ ସେ ବିଷ ସହ ଲଢ଼ୁଛନ୍ତି | ଯେଉଁ ବିଷ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟୋଗ କରୁଛନ୍ତି | ମୋଦୀ ଦେଶକୁ ଭାଗ ଭାଗ କରିବା ପାଇଁ ଘୃଣାର ବିଷ ଖେଳାଉଛନ୍ତି | ମୋଦୀ ହିଂସା ଓ ଘୃଣାର ବିଷ ପ୍ରୟୋଗ କରି ନିର୍ବାଚନ ଜିତିବା ପାଇଁ ମିଛର ସାହାରା ନେଉଛନ୍ତି |

ରାହୁଲ କହିଛନ୍ତି ଯେ କେବଳ ବାୟନାଡ଼ର ସାଂସଦ ଭାବେ ନୁହଁ ବରଂ ସଂସଦରେ କେରଳର ଅସୁବିଧା ବାବଦରେ ପ୍ରସଙ୍ଗ ଉଠାଇବେ | ରାହୁଲ କହିଛନ୍ତି ଯେ ବାୟନାଡ଼ର ଯେ କୌଣସି ବ୍ୟକ୍ତି,ଯେଉଁ ବିଚାରଧାରାରେ ଆସନ୍ତୁ ନା କାହିଁକି ସେ ସମସ୍ତଙ୍କ ପାଇଁ କାମ କରିବେ | ଏଠାରେ ସୂଚନା ଥାଉ କି ତିନିଦିନିଆ ବାୟନାଡ଼ ଗସ୍ତରେ ରାହୁଲ ଯାଇଛନ୍ତି |

ଶୁକ୍ରବାର ରାହୁଲ ଏକ ରୋଡ଼ ଶୋରେ ଭାଗ ନେଇଥିଲେ | ତାଙ୍କୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକଙ୍କର ଗହଳି ଦେଖିବାକୁ ମିଳିଥିଲା | ରାହୁଲ ୨୦୧୯ ଲୋକସଭା ନିର୍ବାଚନ ଅମେଥି ଓ ବାୟନାଡ଼ରୁ ଲଢ଼ିଥିଲେ | ତେବେ ଅମେଥିର ବିଜେପି ନେତ୍ରୀ ସ୍ମୃତି ଇରାନୀ ରାହୁଲଙ୍କୁ ପରାସ୍ତ କରିଥିଲେ |

ସମ୍ବନ୍ଧିତ ଖବର