ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ, କେବେ ହେବ ଦେଶର ସୁରକ୍ଷା ସଂପର୍କରେ ଚର୍ଚ୍ଚା?

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରସଙ୍ଗରେ କେବେ ଚର୍ଚ୍ଚା ହେବ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଆଜି ମନ୍‌ କୀ ବାତ୍ କାର୍ଯ୍ୟକ୍ରମ ପୂର୍ବରୁ ରାହୁଲ ହିନ୍ଦୀରେ ଏହି ଟ୍ବିଟ୍‌ କରିଥିଲେ। ରାହୁଲ ଗାନ୍ଧି ଲଦାଖ୍‌ ସ୍ଥିତି ନେଇ ସରକାରକୁ ଲଗାତାର ଘେରୁଥିବା ବେଳେ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନକୁ ଜୋର୍‌ଦାର ବିରୋଧ ଜାରି ରଖିଛନ୍ତି। ଅନ୍ୟ କଂଗ୍ରେସ ନେତାମାନେ ମଧ୍ୟ ଚୀନ୍‌ ସହ ସୀମା ବିବାଦ ଏବଂ ସଂଘର୍ଷ ମାମଲାରେ ସରକାରକୁ ତୁହାକୁ ତୁହା ଟାର୍ଗେଟ୍‌ କରୁଛନ୍ତି।

ସମ୍ବନ୍ଧିତ ଖବର