ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ଡକାଇବା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପ୍ରସ୍ତାବକୁ ଫେରାଇ ଦେଲେ ରାଜ୍ୟପାଳ

ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କାଲରାଜ ମିଶ୍ର ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ଡକାଇବାକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦେଇଥିବା ପ୍ରସ୍ତାବକୁ ଫେରାଇ ଦେଇଛନ୍ତି। ଅଧିବେଶନ ପାଇଁ ରାଜ୍ୟପାଳ ଏପର୍ଯ୍ୟନ୍ତ ଅନୁମୋଦନ ଦେଇନାହାଁନ୍ତି ବୋଲି ସୂଚନା ମିଳିଛି। ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଅଧ୍ୟକ୍ଷତାରେ କାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଥିଲା । ବିଧାନସଭା ଅଧିବେଶନ ଡକାଯିବା ନେଇ ରାଜ୍ୟପାଳଙ୍କ ଦ୍ବାରା ଉତ୍‌ଥାପନ କରାଯାଇଥିବ ୩ଟି ସର୍ତ୍ତ ଉପରେ ଆଲୋଚନା ହେବାପରେ ଜୁଲାଇ ୩୧ ତାରିଖରୁ ହିଁ ବିଧାନସଭା ଅଧିବେଶନ ଡକାଯିବାକୁ ନିଷ୍ପତ୍ତି ହୋଇଥିଲା।

କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ସଂପର୍କରେ ରାଜ୍ୟପାଳଙ୍କୁ ଜଣାଇ ଦିଆଯାଇଥିଲା। ବିଧାନସଭା ଅଧିବେଶନ ପାଇଁ ସରକାର ୨୧ ଦିନିଆ ନୋଟିସ୍ ଜାରି କରିବାକୁ ରାଜ୍ୟପାଳ ଯେଉଁ ସର୍ତ୍ତ ରଖିଥିଲେ ତାହାକୁ କ୍ୟାବିନେଟ୍‌ ଗ୍ରହଣ କରିନଥିବା ବେଳେ ଆଜି ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ହେବା ନେଇ ମୁଖ୍ୟମନ୍ତ୍ରୀ ପଠାଇ ଥିବା ପ୍ରସ୍ତାବକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ରାଜ୍ୟପାଳ । ଫଳରେ ଜୁଲାଇ ୩୧ରୁ ବିଧାନସଭା ଅଧିବେଶନ ହେବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଛି |

Ashok Gehlot meets governor after he sends back proposal on ...
Hindustan Times

ସୂଚନା ମୁତାବକ, ମହାମାରୀ ସମୟରେ ଅଧିବେଶନ ପାଇଁ ଏଭଳି ନୋଟିସ୍‌ ଜାରି କରାଯିବା ଜରୁରୀ ବୋଲି ରାଜ୍ୟପାଳ କଲ୍‌ରାଜ ମିଶ୍ର ଦର୍ଶାଇଥିଲେ। ପୂର୍ବରୁ ଅଧିବେଶନ ପାଇଁ ଯେତେବେଳେ ପ୍ରସ୍ତାବ ଦିଆଯାଇଥିଲା ସେତେବେଳେ ରାଜ୍ୟପାଳ ଏଭଳି ନୋଟିସ୍‌ ସଂପର୍କରେ କାହିଁକି କିଛି କହିନଥିଲେ ବୋଲି ପରିବହନ ମନ୍ତ୍ରୀ ପ୍ରତାପ ସିଂହ ପ୍ରଶ୍ନ କରିଥିଲେ। ଏବେ ଅଧିବେଶନ ତାରିଖ ନେଇ ପୁଣି ସରକାର ଏବଂ ରାଜ୍ୟପାଳ ମୁହାଁମୁହିଁ ସ୍ଥିତିକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି |

ସମ୍ବନ୍ଧିତ ଖବର