ଖୁବ୍‌ ଶୀଘ୍ର ଘଣ୍ଟା ପ୍ରତି ୧୬୦କିଲୋମିଟର ବେଗରେ ଗତି କରିବ ରାଜଧାନୀ, ଶତାଦ୍ଦୀ ଏବଂ ଦୂରନ୍ତ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ : ଭାରତୀୟ ରେଳ ସେବାକୁ ଆହୁରି ଆରାମ ଦାୟକ କରିବା ପାଇଁ ଚିତ୍ତରଞ୍ଜନ ଲୋକମୋଟିଭ୍‌ ଓ୍ଵାର୍କସ୍‌ ଏକ ସେମି-ହାଇ ସ୍ପିଡ୍‌ ପାସେଞ୍ଜର WAP-୭HS ଲୋକମୋଟିଭ୍‌ର ଉତ୍ପାଦନ କରିଛି । ଏହି ସୁବିଧା ହେବା ଦ୍ୱାରା ଟ୍ରେନ୍‌ଗୁଡ଼ିକ ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯାତ୍ରା କରିବ । ବର୍ତ୍ତମାନ ଚାଲୁଥିବା ଟ୍ରେନ୍‌ଗୁଡ଼ିକ ଘଣ୍ଟାପ୍ରତି ୧୪୦କିଲୋମିଟର ବେଗରେ ଗତି କରୁଛି ।

India Finance News

ଏହାକୁ ମେକ୍‌ ଇନ୍‌ ଇଣ୍ଡିଆ ଅଭିଯାନ ଅଧିନରେ ତିଆରି କରାଯାଇଥିବା ବେଳେ ପ୍ରଥମେ ଏହି ସୁବିଧା ରାଜଧାନୀ, ଶତାଦ୍ଦୀ ଏବଂ ଦୂରନ୍ତ ଏକ୍ସସପ୍ରେସ୍‌ରେ ଉପଲବ୍ଧ ହେବ ବୋଲି ଜଣାପଡ଼ିଛି । ଉତ୍ତର ରେଲଓ୍ଵ ଜୋନ୍‌ରେ ଥିବା ଇଲେକ୍ଟ୍ରିକ୍‌ ଲୋକୋ ଶେଡ୍‌ ଗାଜିଆବାଦ୍‌ ଦ୍ୱାରା ବିଭିନ୍ନ ପ୍ରକାରର ଟେଷ୍ଟ ଏବଂ ଟ୍ରାଏଲ କରାଯିବା ପରେ ଏହାର ବ୍ୟବହାର ଆରମ୍ଭ କରାଯିବ । ଏହାର ଡିଜାଇନ୍‌ ଏବଂ ପ୍ରସ୍ତୁତି ପଶ୍ଚିମବଙ୍ଗର ଆସାନସୋଲ ଜିଲ୍ଲାରେ ଥିବା ଚିତ୍ତରଞ୍ଜନ ଲୋକମୋଟିଭ୍‌ ଓ୍ଵାର୍କସ୍‌ରେ କରାଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର