ମୋଦୀଙ୍କୁ ନେଇ ପୁସ୍ତକ ଉନ୍ମୋଚନ କଲେ ରାଜନାଥ: ‘ଗାନ୍ଧୀଜୀଙ୍କ ପରେ ମୋଦୀ ହିଁ ଭାରତୀୟଙ୍କ ହୃଦୟକୁ ବୁଝିଛନ୍ତି’

ନୂଆଦିଲ୍ଲୀ  : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ବରିଷ୍ଠ ସାମ୍ବାଦିକ ଅଜୟ ସିଂହଙ୍କ ଦ୍ବାରା ଲିଖିତ ପୁସ୍ତକ ‘ ଦି ଆର୍କିଟେକ୍ଟ ଅଫ୍‌ ଦି ନ୍ୟୁ ବିଜେପି : ହାଓ ନରେନ୍ଦ୍ର ମୋଦୀ ଟ୍ରାନ୍ସଫର୍ମ‌୍‌ଡ ଦି ପାର୍ଟି’କୁ ଆଜି ରାଜନାଥ ଉନ୍ମୋଚନ କରିଛନ୍ତି। ପୁସ୍ତକ ଉନ୍ମୋ‌ଚନ କରିବା ଅବସରରେ ରାଜନାଥ ମୋଦୀଙ୍କୁ ପ୍ରଶଂସା କରିଛନ୍ତି। ରାଜନାଥ କହିଛନ୍ତି, ମୋଦୀଙ୍କ ପାଇଁ ଲୋକମାନେ ଜାତି ଏବଂ ସମ୍ପ୍ରଦାୟ ଭଳି ସବୁ ସୀମା ଟପି ବିଜେପିକୁ ଗ୍ରହଣ କରିଛନ୍ତି। ସେ ଏଭଳି ଏକ ମଡେଲ ପ୍ରସ୍ତୁତ କରିଛନ୍ତି ଯାହାକୁ କେହି ମୁକାବିଲା କରିପାରିନାହାନ୍ତି। ଏଥିରେ ‌କୌଣସି ସନ୍ଦେହ ନାହିଁ ଯେ ୨୦୧୪ ପରେ ବିଜେପିକୁ ଯାହା ବି ସଫଳତା ମିଳିଛି ତାହା କେବଳ ମୋଦୀଜୀଙ୍କ ପାଇଁ । ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପରେ ଯଦି ଜଣେ କେହି ଭାରତୀୟଙ୍କ ହୃଦୟକୁ ବୁଝିଛନ୍ତି ତେବେ ସେ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀ ଲୋକମାନଙ୍କ ସମସ୍ୟା ଏବଂ ଲୋକଙ୍କ ଭାବନାକୁ ବୁଝିଛନ୍ତି ବୋଲି ରାଜନାଥ କହିଛନ୍ତି।

ସମ୍ବନ୍ଧିତ ଖବର