ନୌସେନା ଯୁଦ୍ଧଜାହାଜ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ରାତି କଟାଇଲେ ରାଜନାଥ

ନୂଆଦିଲ୍ଲୀ: ‌ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ରାତ୍ରୀ ଯାପନ କରିବା ସହ ସେ ଏହାକୁ ‘ସମୁଦ୍ରର ସିକନ୍ଦର’ ବୋଲି କହିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ଶୁକ୍ରବାର ରାତିରୁ ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ଥିଲେ। ଆଜି ସକାଳେ ନୌସେନା ଅଫିସରଙ୍କ ଗହଣରେ ପ୍ରତିରକ୍ଷା ମନ୍ତ୍ରୀ ସେଠାରେ ଯୋଗ ଓ ପ୍ରାଣାୟମ କରିଥିଲେ। ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ତାଙ୍କର ରହଣି ଅନୁଭୂତି ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଟ୍ବିଟ୍‌ କରି କହିଛନ୍ତି, ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟରେ ତାଙ୍କର ୨୪ ଘଣ୍ଟା ରହଣି ଖୁବ୍‌ ସ୍ମରଣୀୟ ଥିଲା ଏବଂ ବିକ୍ରମାଦିତ୍ୟ ସମୁଦ୍ରର ସିକନ୍ଦର ବୋଲି ସେ କହିଛନ୍ତି। ସମୁଦ୍ରରେ ଗୋଟିଏ ଦିନ ତାଙ୍କୁ ଭାରତୀୟ ନୌସେନାର କ୍ଷମତା ସମ୍ପର୍କରେ ବିରଳ ଅନୁଭୂତି ପ୍ରଦାନ କରିଛି ବୋଲି ରାଜନାଥ ଟ୍ବିଟ କରି କହିଛନ୍ତି।

ସମ୍ବନ୍ଧିତ ଖବର