ରାଜନାଥଙ୍କ ସିଆଚୀନ୍‌ ଗସ୍ତ ଆଜି

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ରାଜନାଥ ସିଂହ ପ୍ରଥମେ ସିଆଚିନ ଗ୍ଳାସିୟର୍‌ ଗସ୍ତରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜନାଥ ଆସନ୍ତାକାଲି ସିଆଚୀନ୍‌ରେ ସୁରକ୍ଷା ସ୍ଥିତି ତଦାରଖ କରିବା କାର୍ଯ୍ୟକ୍ରମ ରହିଛି। ଏହି ଗ୍ଲାସିୟର ଗସ୍ତ ସମୟରେ ରାଜନାଥଙ୍କ ସହ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ ପ୍ରତରକ୍ଷା ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ମଧ୍ୟ ରହିବେ। ଏହି ଗ୍ଲାସିୟରରେ ୧୯୮୪ ମସିହାରେ ସେନା ଶିବିର ପ୍ରତିଷ୍ଠା ହୋଇଥିଲା। ଇତିମଧ୍ୟରେ ଦିଲ୍ଲୀରେ ହୋଇଥିବା ଏକ ବୈଠକରେ ଯୋଗଦେଇ ରାଜନାଥ ପ୍ରତିରକ୍ଷା ବିଭାଗର ସମସ୍ତ ଡିଭିଜନକୁ ନିଜ ନିଜ ରିପୋର୍ଟ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର