ରାଜୁ ଶ୍ରୀବାସ୍ତବ ସଙ୍କଟାପନ୍ନ

ନୂଆଦିଲ୍ଲୀ : ଭାରତର ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ଗୁରୁବାର ଆହୁରି ଅବନତି ଘଟିଛି।

ହୃଦ୍‌ଘାତ ପରେ ଗତ ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି। ଗୁରୁବାର ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ୫୮ ବର୍ଷୀୟ କମେଡ଼ିଆନଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଘଟୁନାହିଁ, ବରଂ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ତାଙ୍କର ଘନିଷ୍ଠ ବନ୍ଧୁ ସୁନୀଲ ପାଲ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ରାଜୁଙ୍କ ବ୍ରେନ୍ ଡେଡ୍ (ମସ୍ତିଷ୍କ ଅଚଳ) ବୋଲି ଘୋଷଣା କରାଯାଇଛି। ଭାରତର ଖ୍ୟାତନାମା ସ୍ନାୟୁରୋଗ ବିଶେଷଜ୍ଞ ଡ. ପଦ୍ମ ଶ୍ରୀବାସ୍ତବଙ୍କୁ କୋଲକାତାରୁ ଡକାଯାଇଛି। ପ୍ରଶଂସକମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି। ସୁନୀଲ ପାଲ କହିଛନ୍ତି ଯେ ତାଙ୍କର ମସ୍ତିଷ୍କ ଆଉ କାମ କରୁନି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ରାଜୁଙ୍କ ପରିବାର ସହ ଫୋନ୍‌ରେ କଥା ହେବା ସହ ତାଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ପ୍ରକଟ କରିଛନ୍ତି। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ସେ ଆଶ୍ବାସନା ଦେଇଛନ୍ତି। ରାଜୁ ଆମଦାନି ଆଠାନି ଖର୍ଚ୍ଚା ରୁପୈୟା, ମେଁ ପ୍ରେମ୍ କୀ ଦିୱାନୀ ହୁଁ ଓ ବମ୍ବେ ଟୁ ଗୋଆ ପ୍ରଭୃତି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

ସମ୍ବନ୍ଧିତ ଖବର