ନାଗରିକତା (ସଂଶୋଧନ) ବିଲ୍‌-୨୦୧୯: ସିଲେକ୍ଟ କମିଟି ଯିବା ପ୍ରସ୍ତାବ ରାଜ୍ୟସଭାରେ କାଟ ଖାଇଲା

ନୂଆଦିଲ୍ଲୀ : ନାଗରିକତା (ସଂଶୋଧନ) ବିଲ୍‌-୨୦୧୯କୁ ଏକ ସିଲେକ୍ଟ କମିଟିକୁ ପଠାଯିବାକୁ ବିରୋଧୀ ଦଳ କରିଥିବା ଦାବି ରାଜ୍ୟସଭାରେ କାଟ ଖାଇଯାଇଛି । ଏହି ପ୍ରସ୍ତାବ ବିପକ୍ଷରେ ୧୨୪ଟି ଭୋଟ ଓ ସପକ୍ଷରେ ୯୯ଟି ଭୋଟ ପଡ଼ିଥିଲା । ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ । ଲୋକସଭାରେ ଏହି ବିଲ ସପକ୍ଷରେ ଭୋଟ ଦେଇଥିବା ଶିବସେନା ରାଜ୍ୟସଭାରେ କିନ୍ତୁ କକ୍ଷତ୍ୟାଗ କରିଥିଲା । ଏହା ସରକାରଙ୍କୁ ସୁହାଇବା ସମ୍ଭାବନା ରହିଛି । ପୂର୍ବରୁ ଏହି ବିଲ୍‌ଟି ଲୋକସଭାରେ ଗୃହୀତ ହୋଇସାରିଛି ।

ନାଗରିକତା (ସଂଶୋଧନ) ବିଲ୍‌-୨୦୧୯ ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧର୍ମୀୟ ହିଂସାର ସମ୍ମୁଖୀନ ହେଉଥିବା ହିନ୍ଦୁ, ବୌଦ୍ଧ, ଶିଖ,ଖ୍ରୀଷ୍ଟିଆନ ଓ ପାର୍ସୀ ଆଦି ସଂପ୍ରଦାୟର ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ଦିଆଯିବ । ତେବେ ମୁସଲମାନ ମାନଙ୍କୁ ଏହି ବିଲ୍‌ ମାଧ୍ୟମରେ ନାଗରିକତା ଦିଆଯିବ ନାହିଁ ।

ସମ୍ବନ୍ଧିତ ଖବର