ରାଜ୍ୟସଭାକୁ ପାଶ୍ବାନ୍‌ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

ପାଟନା : ‌କେନ୍ଦ୍ର ମନ୍ତ୍ରୀ ଏବଂ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି) ମୁଖ୍ୟ ରାମ ବିଳାସ ପାଶ୍ବାନ୍‌ ବିହାରରୁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଅନ୍ୟ କୌଣସି ପ୍ରାର୍ଥୀ ନଥିବାରୁ ପାଶ୍ବାନ୍‌ଙ୍କୁ ରାଜ୍ୟସଭାକୁ ନିର୍ବାଚିତ ‌ଘୋଷଣା କରାଯା‌ଇଛି ଏବଂ ତାଙ୍କୁ ନିର୍ବାଚନ ସାର୍ଟିଫିକେଟ୍‌ ମଧ୍ୟ ପ୍ରଦାନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ପାଟନା ସାହେବରୁ ଲୋକସଭାକୁ ନିର୍ବାଚିତ ହେବାପରେ ରାଜ୍ୟସଭାରେ ତାଙ୍କ ଆସନ ଖାଲି ପଡ଼ିଥିଲା। ତେଣୁ ଏହି ଆସନରେ ଉପନିର୍ବାଚନର ଆବଶ୍ୟକତା ପଡ଼ିଲା।

ସମ୍ବନ୍ଧିତ ଖବର