କୋର୍ଟ ବାହାରେ ନିଜ ପତ୍ନୀକୁ ଗଳାକାଟି ହତ୍ୟା କଲା ଦୁଷ୍କର୍ମ ଅଭିଯୁକ୍ତ

ଗୌହାଟୀ : ନିଜ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ବ୍ୟକ୍ତି ଶେଷରେ ନିଜ ପତ୍ନୀକୁ ହତ୍ୟା କରିଛି । ପତ୍ନୀ ନିଜ ସ୍ୱାମୀ ବିରୋଧରେ ସାକ୍ଷୀ ଦେବାପାଇଁ କୋର୍ଟକୁ ଯାଇଥିବାରୁ ରାଗରେ ତାକୁ ଗଳାକାଟି ହତ୍ୟା କରିଛି ଏହି ଆତତାୟୀ । ଘଟଣାଟି ଘଟିଛି ଆସାମାର ଦିବ୍ରୁଗଡଠାରେ । ପ୍ରାୟ ୧୧ ମାସ ତଳେ ପୁର୍ଣ୍ଣ ନହର ଡେକା (୩୫) ନାମକ ଏହି ବ୍ୟକ୍ତି ନିଜର ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ଦର୍ଶାଇ ତା ପତ୍ନୀ ରିତୁ ଏକ ମାମଲା ଦାଏର କରିଥିଲା । ଏହି ମାମଲାରେ ପୁଲିସ ସେତେବେଳେ ଡେକାକୁ ଗିରଫ କରିଥିଲା । ଏବେ ମାମଲାର ବିଚାର କୋର୍ଟରେ ଚାଲିଥିବାବେଳେ ଡେକା ଜାମିନରେ ଅଛି । ଗତ ୬ ତାରିଖରେ ସେ ଜାମିନ ପାଇଥିଲା । କିନ୍ତୁ ସେ ନିଜ ଗାଁକୁ ନଯାଇ ଏକ ହୋଟେଲରେ ରହୁଥିଲା । ଆଜି ସ୍ଥାନୀୟ ଏକ ସେସନ୍ସ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବାବେଳେ ରିତୁ ସାକ୍ଷୀ ଦେବା ପାଇଁ କୋର୍ଟ ଯାଇଥିଲା । ତେବେ କୋର୍ଟ ବାହାରେ ହିଁ ଡେକା ଏକ ଛୁରୀ ସାହାଯ୍ୟରେ ନିଜ ପତ୍ନୀର ଗଳାକାଟି ହତ୍ୟା କରିଥିଲା । ଡାକ୍ତରଖାନା ନେବା ବାଟରେ ହିଁ ରିତୁର ପ୍ରାଣବାୟୁ ଉଡିଯାଇଥିଲା । ପୁଲିସ ଡେକାକୁ ଗିିରଫ କରିବା ସହ ତଦନ୍ତ ଚଳାଇଛି । ପୀଡିତାକୁ ମିଶାଇ ଡେକାର ମୋଟ ତିନିଜଣ ସନ୍ତାନ ଅଛନ୍ତି ।

ସମ୍ବନ୍ଧିତ ଖବର