ବିଦ୍ୟୁତ ବିତରଣ କ୍ଷେତ୍ରରେ ସଂସ୍କାର : ଡିସକମଗୁଡ଼ିକର ଘରୋଇକରଣ ପାଇଁ ପ୍ରସ୍ତାବ

ନୂଆଦିଲ୍ଲୀ : ବିଦ୍ୟୁତ ବିତରଣ କ୍ଷେତ୍ରରେ ସରକାର କେତେକ ସଂସ୍କାରମୂଳକ ପଦକ୍ଷେପର ଘୋଷଣା କରିଛନ୍ତି । ଏସବୁ ସଂସ୍କାର ମାଧ୍ୟମରେ ଉପଭୋକ୍ତା ଓ ଶିଳ୍ପଜଗତର ସ୍ୱାର୍ଥରକ୍ଷା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

ବିତରଣ କମ୍ପାନି ବା ଡିସକମଗୁଡ଼ିକର ଅପାରଗତା ପାଇଁ ଯେପରି ଉପଭୋକ୍ତାମାନେ କ୍ଷତିଗ୍ରସ୍ତ ନହୁଅନ୍ତି ତାହା ଉପରେ ଧ୍ୟାନ ରଖାଯାଇଛି । ଡିସକମମାନେ ବିଦ୍ୟୁତର ଉପଲବ୍ଧତା ନିଶ୍ଚିତ କରିବେ । କିନ୍ତୁ ଲୋଡସେଡିଂ ହେଲେ ଡିସକମମାନଙ୍କ ଉପରେ ଜରିମାନା ଲଗାଯିବ । କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ଡିସକମ ଓ ବିଦ୍ୟୁତ ବିଭାଗ ଗୁଡ଼ିକର ଘରୋଇକରଣ କରାଯିବ ।

ବିମାନସେବା କ୍ଷେତ୍ରରେ ସରକାର କେତେକ ସଂସ୍କାରର ପ୍ରସ୍ତାବ ରଖିଛନ୍ତି । ଅଧିକରୁ ଅଧିକ ଏୟାରପୋର୍ଟକୁ ଘରୋଇ-ସରକାରୀ ସହଭାଗିତା ପାଇଁ ରଖାଯିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଏୟାରପୋର୍ଟକୁ ଚିହ୍ନଟ କରାଯାଇଛି । ୨ୟ ପର୍ଯ୍ୟାୟରେ ମଧ୍ୟ ଆଉ ୬ଟି ଏୟାରପୋର୍ଟ ପିପିପି ଘରୋଇ-ସରକାରୀ ସହଭାଗିତା ପାଇଁ ରଖାଯିବ । ଏହା ଦ୍ୱାରା ଏହି ୧୨ଟି ଏୟାରପୋର୍ଟକୁ ୧୨ ହଜାର କୋଟିର ଘରୋଇ ପୁଞ୍ଜି ଆସିବ । ଅନ୍ୟପକ୍ଷରେ ଭାରତକୁ ବିମାନ ରକ୍ଷଣାବେକ୍ଷଣ, ମରାମତି କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର କରିବାକୁ ପ୍ରସ୍ତାବ ରହିଛି ।

ସମ୍ବନ୍ଧିତ ଖବର