ଆର୍ଥିକ ବିପତ୍ତି ହ୍ରାସ କରିବାକୁ ପଲିସି ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ୍ କମାଇ ୪.୪% କରାଗଲା: ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍

ନୂଆଦିଲ୍ଲୀ: ପଲିସି ରେପୋ ରେଟ୍ ୭୫ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇ ୫. ୧୫%ରୁ ୪.୪% କରାଗଲା ଏବଂ ରିଜର୍ଭ ରେପୋ ରେଟ୍ ୯୦ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇ ୪% କରାଯାଇଥିବା କଥା ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସେହିପରି କୋଭିଡ୍-୧୯ଜନିତ ସଙ୍କଟ ଯୋଗୁଁ ମନିଟାରି ପଲିସି କମିଟିର ବୈଠକ ମାର୍ଚ ୨୫-୨୭କୁ ଘୁଞ୍ଚାଇ ଅଣାଯାଇଥିବା କଥା ସେ ଘୋଷଣା କରିଛନ୍ତି । ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ ମନିଟାରି ପଲିସ କମିଟି ବୈଠକ ମାର୍ଚ ୩୧ରୁ ଏପ୍ରିଲ ୩ଯାଏଁ ଚାଲିବାକୁ ପୂର୍ବରୁ ସ୍ଥିର କରାଯାଇଥିଲା । କିନ୍ତୁ ସମ୍ପ୍ରତି ଆର୍ଥିକ ଅବନତି ପରସ୍ଥିତି କାରଣରୁ ଆଗୁଆ ବୈଠକ ବସାଇବାକୁ ସ୍ଥିର କରାଯାଇଛି ।

ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଆହୁରି କହିଲେ ଯେ ଏ ସମୟରେ ଅର୍ଥନୀତି ସମ୍ପର୍କରେ କୌଣସି ମତାମତ ଦେବା ଠିକ ହେବ ନାହିଁ । କୋଭିଡ୍-୧୯ ମହାମାରୀ ବିରୋଧରେ ଭାରତର ସଂଗ୍ରାମ ଉପରେ ତାହା ନିର୍ଭର କରୁଛି ।

ଶ୍ରୀ ଦାସ ଆହୁରି କହିଲେ କି, ରିଜର୍ଭ ବ୍ୟାଙ୍କରେ ଅର୍ଥ ବିନିଯୋଗ କରିବା ଏବେ ବ୍ୟାଙ୍କମାନଙ୍କ ପାଇଁ ଫଳପ୍ରଦ ହେବନାହିଁ, ସେମାନେ ଲୋକମାନଙ୍କୁ ଟଙ୍କା ଦେଇ ଦେବା ଉଚିତ । ଦୁଃସ୍ଥିତି ଅଧିକ ଦିନ ରହେନାହିଁ, କେବଳ ମଜଭୁତ ଲୋକ ଏବଂ ମଜଭୁତ ଅନୁଷ୍ଠାନ ତିଷ୍ଠି ରହନ୍ତି ।

ସମ୍ବନ୍ଧିତ ଖବର