ହାଥରସ ପୀଡିତାଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଗଣଦୁଷ୍କର୍ମ ହୋଇ ନ ଥିବା ଉଲ୍ଳେଖ ରହିଛି; ଭିସେରା ରିପୋର୍ଟକୁ ଅପେକ୍ଷା

ନୂଆଦିଲ୍ଲୀ: ଦୁଇ ସପ୍ତାହ ତଳେ ନିର୍ଭୟା ଭଳି ଏକ କାଣ୍ଡ ଦିଲ୍ଲୀ ଠାରୁ ୨୦୦ କିମି ଦୂର ଉତ୍ତରପ୍ରଦେଶର ହାଥରସ୍ ଗାଁରେ ଘଟିଥିଲା। ଏଠାରେ ୪ ଜଣ ଉଚ୍ଚ ଜାତିର ପୁରୁଷଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅନୁସୂଚିତ ବର୍ଗ ଯୁବତୀଙ୍କର ମଙ୍ଗଳବାର ସକାଳେ ଦିଲ୍ଲୀରେ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ଖେଳି ଯାଇଥିବା ବେଳେ ଏବେ ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିଛି |

ଉକ୍କ୍ତ ରିପୋର୍ଟରେ ଯୁବତୀଙ୍କ ସହ ଗଣଦୁଷ୍କର୍ମ ହୋଇ ନ ଥିବା ଉଲ୍ଲେଖ ଅଛି। ମୃତ୍ୟୁ ପୂର୍ବରୁ ଯୁବତୀ ଜଣକ ପୁଲିସ ସାମ୍ନାରେ ଯେଉଁ ବୟାନ ଦେଇ ଥିଲେ ତାହାରି ଆଧାରରେ ଅଭିଯୁକ୍ତଙ୍କ ବିରୋଧରେ ଗୁଣଦୁଷ୍କର୍ମ ମାମଲା ରୁଜୁ କରାଯାଇଛି। ଏବେ ପୋଷ୍ଟମର୍ଟମ ରିପୋର୍ଟରେ ଦୁଷ୍କର୍ମ ହୋଇ ନଥିବା ଉଲ୍ଳେଖ ନ ଥିବାରୁ ଅଭିଯୁକ୍ତ ଖସି ଯାଇ ପାରନ୍ତି ବୋଲି ଏବେ କଥା ଜୋର ଧରିଛି। ।


ରିପୋର୍ଟରେ ପୀଡ଼ିତାଙ୍କ ମେରୁଦଣ୍ଡ ଭାଙ୍ଗି ଦିଆଯାଇଥିବା ସହ ହତ୍ୟା କରିବା ପାଇଁ ତାଙ୍କ ବେକକୁ ବାରମ୍ବାର ଅଭିଯୁକ୍ତମାନେ ଚିପିବାକୁ ଚେଷ୍ଟା କରିଥିବା ଜଣା ପଡିଛି | ଏହା ସହ ବେକରେ ଅନେକ ଆଘାତ ଥିବା ଡାକ୍ତର କହିଛନ୍ତି |

ପୀଡିତା ନିଜକୁ ବଞ୍ଚାଇବା ପାଇଁ ଅନେକ ଥର ଚେଷ୍ଟା କରିଥିଲେ, ଯେଉଁ କାରଣରୁ ତାଙ୍କ ବେକର ହାଡ ମଧ୍ୟ ଭାଙ୍ଗି ଯାଇଛି। ତେବେ ପୀଡିତାଙ୍କ ମୃତ୍ୟୁର କାରଣ ଭିସେରା ରିପୋର୍ଟ ଆସି‌ଲେ ହିଁ ଜଣାପଡ଼ିବ ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର