ଉଭୟ ଡେଲଟା ଓ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେଲେ ବ୍ରିଟେନର ଜଣେ ବ୍ୟକ୍ତି

ନୂଆଦିଲ୍ଲୀ: ପ୍ରଥମେ ଏକ ଲାବୋରେଟୋରୀ ତ୍ରୁଟି ବୋଲି କୁହାଯାଉଥିବା ‘ଡେଲ୍ଟାକ୍ରନ୍’ ଭାରିଆଣ୍ଟ ଏବେ ସତରେ ଲୋକଙ୍କୁ ସଂକ୍ରମିତ କରୁଥିବା ନେଇ ସୂଚନା ମିଳିଛି। ବ୍ରିଟେନର ଜଣେ ବ୍ୟକ୍ତି ଉଭୟ ଡେଲଟା ଏବଂ ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଏହା କେତେ ସଂକ୍ରାମକ ଏବଂ ଏହାର ପ୍ରଭାବ କିଭଳି ରହିବ, ତାହା ଜଣାପଡ଼ିନାହିଁ। ଏହା ସହ ଏହାର ଉତ୍ପତ୍ତିସ୍ଥଳ ମଧ୍ୟ ଚିହ୍ନଟ କରାଯାଇପାରିନାହିଁ।

ଏହା ପୂର୍ବରୁ ‘ଡେଲ୍ଟାକ୍ରନ୍’ ଭାରିଆଣ୍ଟ ସାଇପ୍ରସ ଦେଶରେ ଚିହ୍ନଟ କରାଯାଇଥିଲା। ଡେଲଟାକ୍ରନ ଭାରିଆଣ୍ଟର ଡେଲଟା ଓ ଓମିକ୍ରନ ଭାରିଆଣ୍ଟ ସହ ସମାନତା ଥିବାରୁ ଏହାର ନାଁ ଡେଲଟାକ୍ରନ  ରଖାଯାଇଛି। ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ବର୍ତ୍ତମାନ ଏହି ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା କରିବାର କିଛି ଆବଶ୍ୟକତା ନାହିଁ। କାରଣ ଜାନୁଆରି ମାସରୁ ଡେଲ୍ଟାକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଥିଲେ ଡେଲ୍ଟାକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନାହିଁ। ଏଥିରୁ ଡେଲ୍ଟାକ୍ରନ୍ ସଂକ୍ରାମକ ନୁହେଁ ବୋଲି ବିଶେଷଜ୍ଞମାନେ କହୁଥିବା ବେଳେ ଆଗକୁ ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର