କାର୍ତ୍ତିଙ୍କ ପାଇଁ ନିସ୍ତାର: ଇଡି ଗିରଫଦାରିରୁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଆଜି ଦିଲ୍ଲୀ ହାଇକୋର୍ଟ ମାର୍ଚ ୨୦ ତାରିଖ ଯାଏଁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ମଞ୍ଜୁର କରିଛନ୍ତି। ଏ ସମୟ ଯାଏଁ ଆଇଏନ୍‌ଏକ୍ସ ମିଡିଆ କଳାଟଙ୍କା ଧଳାକରିବା ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରି ପାରିବ ନାହିଁ।

ଗତ ସପ୍ତାହରେ ସିବିଆଇ ଦ୍ୱାରା ଗିରଫ ହୋଇ କାର୍ତ୍ତି ଟ୍ରାଏଲ୍‌ କୋର୍ଟଙ୍କ ଆଦେଶରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ତାଙ୍କର ଭୟ ମାର୍ଚ ୯ ତାରିଖରେ ସିବିଆଇ ହାଜତ ରହଣି ଶେଷ ହେବା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରିବାକୁ ବାହାରି ଆସିବ।

ଆଜି ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ଅନୁସାରେ, ଯଦି ସିବିଆଇ ମାମଲାରେ ଟ୍ରାଏଲ୍‌ କୋର୍ଟ ତାଙ୍କୁ ଜାମିନ ଦିଅନ୍ତି, ତେବେ ପରବର୍ତ୍ତୀ ଶୁଣାଣି ଅର୍ଥାତ୍‌ ମାର୍ଚ ୨୦ ଯାଏଁ ପ୍ରବର୍ତ୍ତନ ନିର୍ଦେଶାଳୟ ତାଙ୍କୁ ଗିରଫ କରି ପାରିବ ନାହିଁ।

ସମ୍ବନ୍ଧିତ ଖବର