ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ଉଠି ପଡ଼ିଲେ ବାଲାକୋଟ୍‌ବାସୀ; ଭାବିଲେ, ବୋଧହୁଏ ଭୂମିକମ୍ପ ହେଲା

ଇସ୍‌ଲାମାବାଦ୍‌: ମଙ୍ଗଳବାର ପାହାନ୍ତାରେ ଭାରତୀୟ ବାୟୁସେନା ବଡ଼ ଆତଙ୍କଦାଦୀ ତାଲିମ ଶିବିର ଧ୍ୱଂସ କରିବା ସମୟରେ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ନିଦରୁ ଉଠିପଡ଼ିଥିବା ଭୂକମ୍ପପ୍ରବଣ ବାଲାକୋଟ୍‌ବାସୀଙ୍କର ମନେ ହୋଇଥିଲା ଏଇ ବୋଧହୁଏ ଭୂମିକମ୍ପ ପରର କମ୍ପନ।

୨୦୦୫ କଶ୍ମୀର ଭୂମିକମ୍ପ ବେଳେ ପାକିସ୍ତାନର ଉତ୍ତର-ପଶ୍ଚିମ ଖାଇବର ପାଖତୁନଖ୍ଵା ପ୍ରଦେଶର ବାଲାକୋଟ୍‌ ନଗର ଧ୍ୱଂସ ହୋଇଯାଇଥିଲା। ପରେ ସାଉଦି ଆରବର ସହାୟତାରେ ତା’ର ପୁନର୍ନିମାଣ କରାଯାଇଥିଲା।

ବିବିସି ଉର୍ଦ୍ଦୁକୁ ସେ ପାହାଡ଼ପର୍ବତ ଘେରା ବାସିନ୍ଦାମାନେ କହିଛନ୍ତି କି, ମଙ୍ଗଳବାର ପ୍ରତ୍ୟୁଷରେ ପ୍ରଚଣ୍ଡ ବସ୍ଫୋରଣ ଯୋଗୁଁ ସେମାନେ ଉଠି ପଡ଼ିଥିଲେ।

ଜାବା ଗାଁ’ର କୃଷକ ମହମ୍ମଦ୍‌ ଆଦିଲ୍‌ କହନ୍ତି ଗୋଟାଏ ପ୍ରଚଣ୍ଡ ବିସ୍ଫୋରଣ ଯୋଗୁଁ ସେ ଓ ତାଙ୍କ ପରିବାର ୩: ୦୦ ବେଳେ ଉଠି ପଡ଼ିଥିଲେ। ସେ କହନ୍ତି, ଭାବିଲି, ଭୂମିକମ୍ପ ହେଲା କି, କଅଣ।

ତା’ପରେ ଜେଟ୍‌ ଉଡ଼ିଯାଉଥିବା ଶବ୍ଦ ଆମକୁ ଶୁଭିଲା। ସକାଳୁ ସକାଳୁ ଆମେ ସେଠାକୁ ଗଲୁ। ସେ ଜାଗାରେ ଗୋଟାଏ ଗାଢ଼ ହୋଇଥିଲା ଏବଂ ଚାରି ପାଞ୍ଚଟି ଘର ଧ୍ୱଂସ ହୋଇଯାଇଥିଲା।

ସମ୍ବନ୍ଧିତ ଖବର