ଇସ୍ତଫା ଦାବି ଜୋର ଧରିଲା

ପୁଲିସ ଦ୍ବାରା ଯୁବ କଂ‌େଗ୍ରସ ସଦସ୍ୟ ଅଟକ

ନୂଆଦିଲ୍ଲୀ: ଏକାଧିକ ଯୌନ ନିର୍ଯାତନା ଅଭିଯୋଗ ଆସିବା ଯୋଗୁ ବିବାଦୀୟ ହୋଇପଡ଼ିଥିବା ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ ଆକବରଙ୍କ ଇସ୍ତଫା ଦାବି ଜୋର ଧରିଛି। ବିରୋଧୀ ଦଳ କଂଗ୍ରେସ ଆକବରଙ୍କ ବାସଭବନ ସମ୍ମୁଖରେ ପ୍ରତିବାଦ ଜଣାଇବା ସହିତ ତାଙ୍କ ଇସ୍ତଫା ଦାବି କରିଛି। ନୂଆଦିଲ୍ଲୀର ତିନ୍ ମୂର୍ତ୍ତି ମାର୍ଗ ସଂଲଗ୍ନ ରାସ୍ତାରେ ଯୁବ କଂଗ୍ରେସ ସଦସ୍ୟମାନେ ବିଭିନ୍ନ ପ୍ଲାକାର୍ଡ ଧରି ଆକବରଙ୍କ ବିରୋଧରେ ନାନା ସ୍ଲୋଗାନ୍ ଦେଇଥିଲେ। ଏହାପରେ ଦିଲ୍ଲୀ ପୁଲିସ ଘଟଣାରେ ହସ୍ତକ୍ଷେପ କରି ଯୁବ କଂଗ୍ରେସର କିଛି ସଦସ୍ୟଙ୍କୁ ଉଠାଇ ନେଇ ଅଟକ ରଖିଛି। ଜଣେ କଂଗ୍ରେସ ନେତାଙ୍କ କହିବାନୁଯାୟୀ ଦିଲ୍ଲୀ ପୁଲିସ ଆମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆମର ଅନେକ ସଦସ୍ୟଙ୍କୁ ଅଟକ ରଖାଯାଇଛି। ତଥାପି ଆକବରଙ୍କ ଇସ୍ତଫା ପାଇଁ ଦଳ ଦାବି କରିବ ବୋଲି ସେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର