ଏହି ରେସ୍ତୋରାଁରେ ଓ୍ବେଟର କାମ କରୁଥିଲେ ଋଷି ସୁନକ୍

ଲଣ୍ଡନ : ରେସ୍ତୋରାଁରେ କାମ କରିବାର ଅଭିଜ୍ଞତା ଦେଶ ଚଳାଇବାରେ କାମ ଦେଉଛି । ଏପରି କଥା କହିଛନ୍ତି ବ୍ରିଟେନର ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକ୍ । ଲଣ୍ଡନରେ ଅନୁଷ୍ଠିତ ଏକ ପୁରସ୍କାର ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସେ କହିଥିଲେ ଯେ ତରୁଣ ବୟସରେ ଓ୍ବେଟର ଭାବେ କାମ କଲା ବେଳେ ସେ ଅତ୍ୟନ୍ତ ବ୍ୟସ୍ତ ରହୁଥିଲେ । ଗ୍ରାହକମାନଙ୍କୁ ଖାଦ୍ୟ ପରସୁଥିଲେ, ହିସାବ ରଖୁଥିଲେ, ବିଭିନ୍ନ ପ୍ରକାରର ଗ୍ରାହକଙ୍କ କଥା ବୁଝୁଥିଲେ ।  ସେଠାରେ ପାଇଥିବା ଅଭିଜ୍ଞତା ଏବେ ଦେଶ ଚଳାଇବାରେ କାମ ଆସୁଛି । ସେଠାରେ ସେ ସର୍ବୋତ୍ତମ ତାଲିମ ପାଇଥିଲେ ବୋଲି ସେ କହିଛନ୍ତି ।

ତରୁଣ ବୟସରେ ନିଜର ଖର୍ଚ୍ଚ ଉଠାଇବାକୁ ସାଉଥହାମ୍ପଟନର କୁଟିସ ବ୍ରାସେରିରେ ଜଣେ ଓ୍ବେଟର ଭାବେ କାମ କରୁଥିଲେ ସୁନକ୍ । ଏହା ପରେ ସୁନକ ଜଣେ ବ୍ୟାଙ୍କର ଭାବେ କାମ କରିଥିଲେ ଓ ପରେ ରାଜନୀତିରେ ପ୍ରବେଶ କରିଥିଲେ ।

ଏହି ରେସ୍ତୋରାଁ ଏକ ପ୍ରସିଦ୍ଧ ଭାରତୀୟ ରେସ୍ତୋରାଁ ଭାବେ ସମଗ୍ର ବ୍ରିଟେନରେ ପରିଚିତ । କିନ୍ତୁ ବିଗତ କିଛି ବର୍ଷ ହେଲେ ଏହି ରୋସ୍ତୋରାଁ କ୍ଷତିରେ ଚାଲିବା ସହ ଏହାର ସ୍ଥିତି ପ୍ରତି ବିପଦ ଦେଖାଦେଇଛି ।

ସୁନକଙ୍କ ସଂପର୍କରେ ଆଉ ଏକ ମଜାଦାର କଥା ହେଉଛି ସେ ୨୦୦୯ରେ ଅକ୍ଷତା ମୂର୍ତ୍ତୀଙ୍କୁ ବିବାହ କରିବା ପରେ ଏହି ରେସ୍ତୋରାଁରେ ନିଜର ଭୋଜି ଦେଇଥିଲେ ।

 

ସମ୍ବନ୍ଧିତ ଖବର