ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଦୋଷମୁକ୍ତ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କ୍ରିକେଟ ତାରକା ତଥା ପଞ୍ଜାବ ସରକାରରେ ମନ୍ତ୍ରୀ ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ଆଜି ସୁପ୍ରିମ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ୧୯୮୮ ମସିହା ପାତିଆଲା ରାସ୍ତା ଗଣ୍ଡଗୋଳଓ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ମାମଲାରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ନିମ୍ନ କୋର୍ଟର ଆଦେଶକୁ ଖାରଜ କରିବା ସହିତ ଶ୍ରୀ ସିଦ୍ଧୁଙ୍କୁ ଖଲାସ କରି ଦେଇଛନ୍ତି।ତେବେ ଜଷ୍ଟିସ ଜେ ଚେଳେମଶ୍ୱର ଓ ସଞ୍ଜୟ କିଶନ କୌଲଙ୍କୁ ନେଇ ସୁପ୍ରିମକୋର୍ଟର ବେଞ୍ଚ ସିଦ୍ଧୁଙ୍କୁ କୌଣସି ଜେଲ ଦଣ୍ଡ ଦେଇ ନ ଥିବା ବେଳେ ଏହି ଗଣ୍ଡଗୋଳରେ ମୃତ ବ୍ୟକ୍ତିଙ୍କୁ ସମାନ୍ୟ ଆଘାତ ଦେଇଥିବାରୁ ତାଙ୍କୁ ୧ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।
କ୍ରିକେଟରରୁ ରାଜନେତା ହୋଇଥିବା ସିଦ୍ଧୁ ୧୯୮୮ ମସିହା ଡିସେମ୍ବର ୨୭ ତାରିଖ ଦିନ ରାସ୍ତାରେ ଯାଉଥିବା ବେଳେ ତାଙ୍କର ଗୁରନାମ ସିଂହ ନାମକ ଜଣେ ୬୫ ବର୍ଷିୟ ବ୍ୟକ୍ତିଙ୍କ ସହିତ ଗଣ୍ଡଗୋଳ ହୋଇଥିଲା। ଗୁରନାମ ସିଂହଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ସେ ମୃତ୍ୟୁ ବରଣ କରିଥିଲେ। ଏହି ମାମଲାରେ ତଳ କୋର୍ଟ ସିଦ୍ଧୁଙ୍କୁ ଦୋଷୀ ବୋଲି ଘୋଷଣା କରି ଥିଲା। ପରେ ପଞ୍ଜାବ ହରିଆନା ହାଇକୋର୍ଟ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିିଲେ। ଏହି ମାମଲାରେ ସିଦ୍ଧୁ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ସୁପ୍ରିମ କୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଖଲାସ କରି ଦେଇଛନ୍ତ।

ସମ୍ବନ୍ଧିତ ଖବର