ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି: ଆରଏସଏସର ସରସଂଘଚାଳକ ମୋହନ ଭାଗବତ

ନାଗପୁରରେ ମୁଖ୍ୟ କାର୍ଯ୍ୟାଳୟରେ ବିଜୟାଦଶମୀ କାର୍ଯ୍ୟକ୍ରମ

ନାଗପୁର:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ପ୍ରତିଷ୍ଠା ଦିବସ ଉପଲକ୍ଷେ ସଂଘ ତରଫରୁ ନାଗପୁରରେ ଥିବା ମୁଖ୍ୟ କାର୍ଯ୍ୟାଳୟରେ ଆଜି ବିଜୟାଦଶମୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ ସଂଘର ସରସଂଘଚାଳକ ମୋହନ ଭାଗବତ ଆଜି ସକାଳ ୭ଟା ୪୦ ମିନିଟ ସମୟରେ ଶସ୍ତ୍ରପୂଜା କରିଥିବାର ସୂଚନା ମିଳିଛି। ଶସ୍ତ୍ରପୂଜା ପୂର୍ବରୁ ଏକ ବିରାଟ ପଥସଂଚାଳନ ଆୟୋଜିତ ହୋଇଥିଲା ।

ସଂଘର ବିଜୟାଦଶମୀ ଉତ୍ସବରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି । ଚଳିତ ବର୍ଷର ବିଜୟାଦଶମୀ କାର୍ଯ୍ୟକ୍ରମରେ ଏଚସିଏଲର ପ୍ରତିଷ୍ଠାତା ଶିବ ନାଡର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।

ଏହି ଅସରରେ ଉଦବୋଧନ ଦେଇ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ କହିଛନ୍ତି ଯେ ଏବେ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ସମଗ୍ର ବିଶ୍ବରେ ଭାରତର ଶତ୍ରୁମାନେ ଅଲଗା ହୋଇସାରିଛନ୍ତି। ସେ ଏହି ଅବସରରେ ଦେଶର ସେନାବାହିନୀର ପ୍ରଶଂସା କରି କହିଛନ୍ତି ଯେ ଦେଶର ସେନାବାହିନୀର ମନୋବଳ ବଢ଼ିଛି।

ସମ୍ବନ୍ଧିତ ଖବର