ବିବାହ ‌ଭୋଜିରେ ଚୁମ୍ବନ ଦେଲେ ୧୫୦୦ଟଙ୍କା ଦେବି ବୋଲି କହିଲେ ସ୍ତ୍ରୀ, ସ୍ବାମୀ କରିଦେଖାଇବାରୁ ମାଗିଲେ ଛାଡପତ୍ର

ଲକ୍ଷ୍ନୌ: ବିବାହ ‌ଭୋଜିରେ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଲେ ୧୫୦୦ଟଙ୍କା ଦେବି ବୋଲି କହିଲା ସ୍ତ୍ରୀ। ସ୍ବାମୀ ତାହା କରିଦେଖାଇବା ପରେ ସ୍ତ୍ରୀ ପୁଲିସ ଷ୍ଟେସନରେ ପହଞ୍ଚିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉତ୍ତରପ୍ରଦେଶରେ ବିବାହ ଭୋଜିକୁ ଆସିଥିବା ୩୦୦ଲୋକଙ୍କ ଆଗରେ ସ୍ବାମୀ, ସ୍ତ୍ରୀକୁ ଚୁମ୍ବନ ଦେବାରୁ ପୁଲିସ ଷ୍ଟେସନ ଯାଇ ଅଭିଯୋଗ କରିଛି ସ୍ତ୍ରୀ। ଘଟଣାଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ କଥା ଏବେ ଛାଡପତ୍ରରେ ଆସି ପହଞ୍ଚିଛି।

ସୂଚନା ମୁତାବକ, ନଭେମ୍ବର ୨୬ରେ ମୁଖ୍ୟମନ୍ତ୍ରୀଙ୍କ ସାମୁହିକ ବିବାହ କାର୍ଯ୍ୟକ୍ରମରେ ବଦାୟୁ ଜିଲ୍ଲାରେ ଥିବା ବିଲସି ଗାଁର ଜଣେ ଯୁବକ ସମ୍ଭଲର ପବାସାରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ହେବା ପରେ ନଭେମ୍ବର ୨୮ରେ ବିବାହ ଭୋଜିର ଆୟୋଜନ କରାଯାଇଥିଲା। ଷ୍ଟେଜରେ ବସିଥିବା ‌ବେଳେ ଯୁବକ ନିଜ ପତ୍ନୀଙ୍କୁ ଚୁମ୍ବନ ଦେଇଥିଲେ। ଏତେ ଲୋକଙ୍କ ଆଗରେ ଏଭଳି କରିବାରୁ ମହିଳାଜଣକ ଷ୍ଟେଜରୁ ଉଠି ଚାଲିଆସିବା ସହ ସିଧା ପୁଲିସ ଷ୍ଟେସନ ଯାଇଥିଲେ। ସେଠାରେ ପୂରା ଘଟଣା ଜଣାଇ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

ମହିଳାଜଣକ କହିଥିଲେ ଯେ, ୩୦୦ଲୋକଙ୍କ ଆଗରେ ମୋତେ ଚୁମ୍ବନ ଦେବା ଉଚିତ୍ ନଥିଲା। ମୁଁ ଆମ ଘରକୁ ଚାଲିଯିବାକୁ ଚାହଁ। ଏ ଲୋକର ଚାଲିଚଲଣ ମୋତେ ଠିକ ଲାଗୁନି। ଏହା ଶୁଣି ପୁଅ ପକ୍ଷ କହିଥିଲେ ଯେ, ଷ୍ଟେଜକୁ ଯିବା ପୂର୍ବରୁ ମହିଳାଜଣକ ନିଜ ସ୍ବାମୀ ଆଗରେ ସର୍ତ୍ତ ରଖିଥିଲେ। ବିବାହ ଭୋଜିକୁ ଆସିଥିବା ଲୋକଙ୍କ ଆଗରେ ମୋତେ ଚୁମ୍ବନ ଦେଲେ ୧୫୦୦ ଟଙ୍କା ଦେବି ବୋଲି କହିଥିଲେ ମହିଳା। ଏହା ସହ ଏଭଳି ନକଲେ ୩୦୦୦ଟଙ୍କା ଦେବାକୁ ହେବ ବୋଲି ସେ ନିଜ ସ୍ବାମୀଙ୍କୁ କହିଥିଲେ। ଷ୍ଟେଜ ଉପରକୁ ଯାଇ ପୁଅ ଚୁମ୍ବନ ଦେବା ପରେ ସେ ଏଭଳି ପ୍ରତିକ୍ରିୟା ଦେବା ଉଚିତ୍ ନୁହେଁ।

ପୁଅ ପକ୍ଷରୁ ଦିଆଯାଇଥିବା ସଫେଇକୁ ମିଛ କହି ଏବେ ଛାଡ଼ପତ୍ର ମାଗିଛନ୍ତି ପତ୍ନୀ।

ସମ୍ବନ୍ଧିତ ଖବର