ଜେଲରେ ମୋର ଓଜନ କମିଗଲା, ୧୫ ଦିନ ଯାଏଁ ସୂର୍ଯ୍ୟ ଆଲୋକ ଦେଖିପାରିଲିନି: ସଞ୍ଜୟ

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଜେଲରେ ଥିବାବେଳେ ନିଜ ଅନୁଭୂତି ବଖାଣିଛନ୍ତି ଶିବସେନା ଉଦ୍ଧବ ଠାକରେ ଗୋଷ୍ଠୀର ପ୍ରମୁଖ ନେତା ସଞ୍ଜୟ ରାଉତ | ସେ କହିଛନ୍ତି, “ମୁଁ ୧୦୦ ଦିନ ଜେଲରେ ରହିଥିଲି, ଜେଲରେ ପ୍ରତି ଘଣ୍ଟା ଶହେ ଦିନ ଭଳି ମନେହୁଏ। ୧୫ ଦିନ ପର୍ଯ୍ୟନ୍ତ ମୁଁ ସୂର୍ଯ୍ୟ କିରଣ ଦେଖି ନଥିଲି କାରଣ ମୋତେ ଅନ୍ଧାରୁଆ କୋଠରୀରେ ରଖାଯାଇଥିଲା, ତେଣୁ ମୁଁ ଅସୁସ୍ଥ ହୋଇପଡିଥିଲି। ” ରାଉତ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ରରେ ଆମର (ମହା ବିକାଶ ଆଘାଡ଼ି) ସରକାର ଗଠନ ହେବାବେଳେ କିଛି ଲୋକ ଏହାକୁ ପସନ୍ଦ କରିନଥିଲେ | ଏହା ପରେ ସେଠାରେ ଏକ ଖେଳ ଆରମ୍ଭ ହେଲା ଓ ସରକାରଙ୍କୁ ହଟାଇବା ପାଇଁ ସମସ୍ତ ପ୍ରୟାସ କରାଗଲା |

ଧମକ ଦିଆଯିବା ସହ ଅନୁସନ୍ଧାନକାରୀ ସଂସ୍ଥାକୁ ଆମ ବିରୁଦ୍ଧରେ ଅପବ୍ୟବହାର କରାଯାଇଛି । ଏହା ଝାଡଖଣ୍ଡ ଏବଂ ପଶ୍ଚିମବଙ୍ଗରେ ମଧ୍ୟ ଚାଲିଛି। ଶିବସେନା ନେତା କହିଛନ୍ତି, “ମୁଁ ରାଜ୍ୟସଭାର ତତ୍କାଳୀନ ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ ଏକ ଚିଠି ଲେଖି ଏ ବିଷୟରେ ସୂଚନା ଦେଇଥିଲି। ପରେ ଆମ ସରକାର ଭାଙ୍ଗିଗଲା | ମୁଁ ୧୦୦ ଦିନ ଜେଲରେ ଥିବାବେଳେ ଏକ ଘଣ୍ଟା ୧୦୦ ଦିନ ଭଳି ଲାଗୁଥିଲା | ମୁଁ ୧୫ ଦିନ ସୂର୍ଯ୍ୟ କିରଣ ଦେଖି ନ ଥିବାରୁ ଓ ଥଣ୍ଡା କୋଠରୀରେ ଥିବାରୁ ଅସୁସ୍ଥ ହୋଇପଡିଥିଲି। ସେ କହିଛନ୍ତି, “ମୋର ଓଜନ ୧୦ କିଲୋ ହ୍ରାସ ପାଇଛି। ରାତି ରାତି ଫ୍ଲଡ ଆଲୋକ ମୋ ଆଖି ଉପରେ ମଧ୍ୟ ପ୍ରଭାବ ପକାଇଛି। ଶୁଣିବାରେ ମୋର ଅସୁବିଧା ହେଉଛି।”

ସମ୍ବନ୍ଧିତ ଖବର