ଏୟାର ଇଣ୍ଡିଆରେ ଏହି ତିନୋଟି ଏୟାରଲାଇନ୍ସକୁ ମିଶାଇବ ଟାଟା

ମୁମ୍ବାଇ : ସରକାରଙ୍କ ଅଧିନରେ ଥିବା ବିମାନସେବା କମ୍ପାନି ଏୟାର ଇଣ୍ଡିଆର ଅଧିଗ୍ରହଣ କରିବା ପରେ ଏବେ ଏହାର ପୁନର୍ଗଠନ ଓ ସଂପ୍ରସାରଣ ଯୋଜନା ଉପରେ କାମ କରିବା ଆରମ୍ଭ କରିଛି ଟାଟା ଗ୍ରୁପ । ଏହି ଯୋଜନା ଅନୁସାରେ ଟାଟା ଗ୍ରୁପ ଅଧିନରେ ଥିବା ସମସ୍ତ ବିମାନ ସେବା କମ୍ପାନି- ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ବିସ୍ତାରା ଓ ଏୟାରଏସିଆ ଇଣ୍ଡିଆର ମିଶ୍ରଣ କରାଯିବ । ଏୟାର ଇଣ୍ଡିଆ ବ୍ରାଣ୍ଡ ଅଧିନରେ ଏହି ମିଶ୍ରଣ ପରେ ସୃଷ୍ଟ ବୃହତ କମ୍ପାନି କାମ କରିବ ବୋଲି ଜାତୀୟ ସ୍ତରର ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭିସ୍ତାରା ହେଉଛି ସିଂଗାପୁର ଏୟାରଲାଇନ୍ସ ଓ ଟାଟା ଗ୍ରୁପର ଏକ ଯୌଥ ଉଦ୍ୟମ । ସେହପରି ଏୟାର ଏସିଆ-ଇଣ୍ଡିଆ ହେଉଛି ମାଲେସିଆର ଏୟାର ଏସିଆ ଓ ଟାଟା ଗ୍ରୁପ ମଧ୍ୟରେ ଏକ ଯୌଥ ଉଦ୍ୟମ । ମିଶ୍ରଣ ଯୋଜନା ଅନୁସାରେ ପ୍ରଥମେ ଏୟାର ଏସିଆ-ଇଣ୍ଡିଆକୁ ଏୟାରଇଣ୍ଡିଆ ଏକ୍ସପ୍ରେସ ସହ ମିଶ୍ରଣ କରାଯିବ । ଏହି ମିଶ୍ରଣ ପ୍ରକ୍ରିୟା ୧୨ ମାସରେ ଶେଷ ହେବ। ଏହା ପରେ ଏୟାର ଇଣ୍ଡିଆ ଓ ଭିସ୍ତାରାର ମିଶ୍ରଣ କରାଯିବ ।

କେବଳ ଏତିକି ନୁହେଁ, ଏୟାର ଇଣ୍ଡିଆ ପାଇଁ ପ୍ରାୟ ୩୦୦ଟି ମଧ୍ୟମ ଆକାରର ବିମାନ କିଣିବ ଟାଟା ଗ୍ରୁପ ।

ଗତ ବର୍ଷ ହୋଇଥିବା ନିଲାମରେ ଟାଟା ଗ୍ରୁପ ୧୮ ହଜାର କୋଟି ବିନିମୟରେ ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲା ଓ ଚଳିତ ବର୍ଷ ଜାନୁଆରିରେ ଏୟାର ଇଣ୍ଡିଆକୁ ନିଜ ନିୟନ୍ତ୍ରଣକୁ ଆଣିଥିଲା ।

 

 

ସମ୍ବନ୍ଧିତ ଖବର