ବିଶ୍ବକୁ ସର୍ଦ୍ଦାର ପଟେଲ ଭାରତର ଏକତା ଓ ସଂହତିର ବାର୍ତ୍ତା ଦେଇଥିଲେ: ଶାହ

ଗାନ୍ଧୀନଗର : ଭାରତର ଏକତା ଓ ସଂହତିକୁ କେହି ନଷ୍ଟ କରିପାରିବେ ନାହିଁ। ସମଗ୍ର ବିଶ୍ବକୁ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏହି ବାର୍ତ୍ତା ଦେଇଥିଲେ। ଲୌହମାନବ ସର୍ଦ୍ଦାର ପଟେଲଙ୍କ ଜୟନ୍ତୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଏହା କହିଛନ୍ତି। କେଭାଡ଼ିଆଠାରେ ସର୍ଦ୍ଦାର ପଟେଲଙ୍କର ୧୮୨ ମିଟରର ପ୍ରତିମୂର୍ତ୍ତି ନିର୍ମାଣ ହୋଇଛି। ତେ‌ବେ ଏହା କେବଳ ଏକ ସ୍ଥାନ ନୁହେଁ; ଏହା ଜାତୀୟ ଏକତା ଏବଂ ଦେଶଭକ୍ତିର ପୀଠ ପାଲଟିଛି ବୋଲି ‌ଶାହ କହିଛନ୍ତି। ପଟେଲଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତକୁ ସୁରକ୍ଷା ଦେବା କ୍ଷେତ୍ରରେ ଯଦି ଦେଶ ଆତ୍ମନିର୍ଭରଶୀଳ ହୋଇଛି ତା’ହେଲେ ଏହା ପଟେଲଙ୍କ ଯୋଗୁ ସମ୍ଭବ ହୋଇଛି। ପଟେଲ ଏଭଳି ଦେଶ ସୃଷ୍ଟିରେ ବିଶ୍ବାସ ରଖିଥିଲେ ଯେ ପ୍ରତ୍ୟେକ ଭାରତୀୟ ସମାନ ସୁଯୋଗ ପାଇବା ଆବଶ୍ୟକ ଏବଂ ପ୍ରତ୍ୟେକ ବ୍ୟକ୍ତି ତାଙ୍କର ସ୍ବପ୍ନକୁ ଅନୁସରଣ କରିବାର ସ୍ବାଧୀନତା ପାଇବେ ବୋଲି ସେ କହିଛନ୍ତି। ଲୌହମାନବ ପଟେଲଙ୍କ ଜନ୍ମଦିନକୁ ଜାତୀୟ ଏକତା ଦିବସ ଭାବେ ପାଳନ କରାଯାଇ ଆସୁଛି।

ସମ୍ବନ୍ଧିତ ଖବର