ଶତ୍ରୁ ଆକ୍ରମଣରୁ ନିଜ ସାଟେଲାଇଟକୁ ସୁରକ୍ଷା ଦେବା ପାଇଁ ଭାରତ ନୂଆ ଟେକନଲୋଜୀର ବିକାଶ କରୁଛି

ନୂଆଦିଲ୍ଲୀ : ଗତ ମାର୍ଚ୍ଚ ୨୭ରେ ଭାରତ କରିଥିବା ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ( ଏସାଟ୍‌)କୁ ସମଗ୍ର ବିଶ୍ୱରେ ଚର୍ଚ୍ଚା ଲାଗି ରହିଛି । ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଧ୍ୟ ଏହାକୁ ସ୍ୱୀକାର କରିବା ସହ ଏଥିରୁ ସୃଷ୍ଟି ହୋଇଥିବା ଧ୍ୱଂସାବଶେଷକୁ ନେଇ ଚିନ୍ତା ପ୍ରକଟ କରିଛି ।  କିନ୍ତୁ କେବଳ ଏହି କ୍ଷେପଣାସ୍ତ୍ର ଉପରେ ଭାରତ କାମ କରୁନାହିଁ, ବରଂ ଆଉ କିଛି ଉନ୍ନତ ଟେକନଲୋଜୀ ଉପରେ ମଧ୍ୟ ଭାରତ କାମ କରୁଛି ।

ଇଂରାଜୀ ଖବରକାଗଜ ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଭାରତ କେବଳ ଅନ୍ୟ ଦେଶର ସାଟେଲାଇଟକୁ ମାରି ଖସେଇବା ନୁହେଁ, କିଭଳି ନିଜ ସାଟେଲାଇଟର ସୁରକ୍ଷା କରିହେବ ସେ ଦିଗରେ ମଧ୍ୟ କାମ କରୁଛି ।  ଏସବୁ ଟେକନଲୋଜୀ ମଧ୍ୟରେ ରହିିଛି ଡିରେକ୍ଟେଡ୍‌ ଏନର୍ଜି େଓ୍ଵପନ୍ସ,କୋ-ଅର୍ବିଟାଲ କିଲର୍ସ, ଲେଜର ଓ ଇଲେକ୍ଟ୍ରୋ-ମାଗନେଟିକ ପଲ୍ସ  । ଏସବୁ ଟେକନଲୋଜୀ ବ୍ୟବହାର କରି ଶତ୍ରୁର ସାଟେଲାଇଟକୁ  ଧ୍ୱଂସ କିମ୍ବା ଅକାମୀ କରିହେବ । ଅନ୍ୟପକ୍ଷରେ ଶତ୍ରୁ ବାହ୍ୟ କିମ୍ବା ଇଲେକ୍ଟ୍ରୋନିକ ଆକ୍ରମଣରୁ ନିଜ ସାଟେଲାଇଟର ରକ୍ଷା ପାଇଁ ଭାରତ କେତେକ ଟେକନଲୋଜୀ ଉପରେ କାମ କରୁଛି । ଏ ସଂପର୍କରେ ଡିଆର଼ଡିଓ ମୁଖ୍ୟ ଜି.ସତୀଶ ରେଡ୍ଡୀ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର