ରିୟାଦ୍‌: ସାଉଦି ଆରବର ଛାତ୍ରଛାତ୍ରୀମାନଙ୍କ ପାଠ୍ୟକ୍ରମରେ ‘ରାମାୟଣ’ ଓ ‘ମହାଭାରତ’ ସାମିଲ କରାଯାଇଛି। ବିଭିନ୍ନ ସଂସ୍କୃତି ସମ୍ବନ୍ଧରେ ଶିକ୍ଷାର୍ଥୀମାନଙ୍କୁ ଅଧିକ ଜ୍ଞାନ ଦେବା ଲାଗି ଅନ୍ୟ ଦେଶର ଇତିହାସ ଓ ସଂସ୍କୃତି ପଢ଼ା ଯିବ ବୋଲି ସାଉଦି ଆରବର ଯୁବରାଜ ମହମଦ୍‌ ବିନ୍‌ ସଲ୍‌ମନ୍‌ଙ୍କ ପରିକଳ୍ପିତ ‘ଭିଜନ୍‌୨୦୩୦’ର ଏହା ହେଉଛି ଅଂଶବିଶେଷ।

Advertisment

ଯୋଗ ଓ ଆୟୁର୍ବେଦ ଉପରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦିଆଯିବ। ଏହା ବ୍ୟତିରେକେ, ଶିକ୍ଷା ନିମନ୍ତେ ପରିକଳ୍ପିତ ‘ଭିଜନ୍‌ ୨୦୩୦’ରେ ଇଂରାଜୀ ଶିକ୍ଷା ମଧ୍ୟ ବାଧ୍ୟତାମୂଳକ କରାଯାଇଛି।

publive-image Image Courtesy of Al Bawaba

ଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ପରିବର୍ତ୍ତନ ସଂକ୍ରାନ୍ତରେ ଉପୁଜିଥିବା ସମସ୍ତ ବିଭ୍ରାନ୍ତିକୁ ସ୍ପଷ୍ଟ କରିବାକୁ ଯାଇ ନୌଫ୍‌-ଅଲ୍‌-ମାର୍‌ଓ୍ଵାଇ ନାମକ ଜଣେ ଟ୍ଵିଟର୍‌ ବ୍ୟବହାରକାରୀଙ୍କ ‘ସ୍କ୍ରିନ୍‌ ସଟ୍‌’ ସେୟାର୍‌ କରିଛି ‘ସାଉଦି ୟୁଜର୍ସ ଭିଜନ୍‌’।

ସେ ଲେଖିଛନ୍ତି, ସାଉଦି ଆରବର ‘ନୂଆ ପରିକଳ୍ପନା-୨୦୩୦’ ଏବଂ ପାଠ୍ୟକ୍ରମ ସାମଗ୍ରିକ, ଉଦାର ଓ ସହନଶୀଳ ଭବିଷ୍ୟତ ଗଠନ କରିବ। ସେ ମଧ୍ୟ ତାଙ୍କ ପୁଅ ପାଠ୍ୟକ୍ରମର ସ୍କ୍ରିନ୍‌ସଟ୍‌ ସେୟାର୍‌ କରିଛନ୍ତି। ସେଥିରେ ନାନାବିଧ ସଂସ୍କୃତି ସାମିଲ ହୋଇଛି।