ଏଭଳି ମେସେଜକୁ ନେଇ ଗ୍ରାହକଙ୍କୁ ଚେତାବନୀ ଦେଇଛି ଏସବିଆଇ

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଗ୍ରାହକଙ୍କ ପାଇଁ ଏକ ଚେତାବନୀ ଜାରି କରିଛି। ଏକ ନକଲି ଏସଏମଏସ ଏବେ ଘୁରି ବୁଲୁଛି। ଯେଉଁଥିରେ ଏସବିଆଇ ଗ୍ରାହକଙ୍କୁ ତାଙ୍କର ପାନନମ୍ବର ଅପଡେଟ କରିବାକୁ କୁହାଯାଉଛି। ତେବେ ପାନ ନମ୍ବର ଅପଡେଟ ନକଲେ ତାଙ୍କ ଖାତା ବନ୍ଦ ହୋଇଯିବ ବୋଲି ବି ସୂଚନା ଦିଆଯାଉଛି।

ଏ ବିଷୟରେ ସୂଚନା ଦେଇ ପିଆଇବି ଫ୍ୟାକ୍ଟ ଚେକ୍ ଟୁଇଟ୍ କରି କହିଛି, ‘ଏସବିଆଇ ନାମରେ ଏକ ନକଲି ବାର୍ତ୍ତା ଗ୍ରାହକମାନଙ୍କୁ ଦିଆଯାଉଛି। ଏଥିରେ ଲେଖା ହୋଇଛି, ପ୍ରିୟ ଗ୍ରାହକ , ଆପଣଙ୍କ ଏସବିଆଇ ୟୁନୋ ଖାତା ଆଜି ବନ୍ଦ ହୋଇଯାଉଛି। ଏବେ ସମ୍ପର୍କ କରି ଆପଣଙ୍କ ପ୍ୟାନ ନମ୍ବରର ବିବରଣୀ ଅପଡେଟ୍ କରନ୍ତୁ। ଏମିତି ନକଲେ  ଆପଣଙ୍କ ଆକାଉଣ୍ଟକୁ ବ୍ଳକ କରି ଦିଆଯିବ ବୋଲି ବି ସୂଚିତ କରାଯାଉଛି।

ପିଆଇବି ଆହୁରି ଚେତାବନୀ ଦେଇ କହିଛି ଯେ ଲୋକମାନେ ସେମାନଙ୍କର ବ୍ୟକ୍ତିଗତ କିମ୍ବା ବ୍ୟାଙ୍କିଂ ବିବରଣୀ କୌଣସି ଇମେଲ୍ / ଏସଏମଏସ ଦ୍ବାରା ସେୟାର କରନ୍ତୁ ନାହିଁ। ଯଦି ଏମିତି ନକଲି ବାର୍ତ୍ତା ଆସୁଛି ତେବେ  ତୁରନ୍ତ [email protected] ରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଛି ପିଆଇବି | ତେବେ ଆପଣ ଜାଣି ରଖିବା ଉଚିତ କି କୌଣସି ବି ପରିସ୍ଥିତିରେ ବ୍ୟାଙ୍କ ତାହାର ଗ୍ରାହକଙ୍କୁ କେବେ ହେଲେ ଏସଏମଏସ କିମ୍ବା ଫୋନ କରି କୌଣସି ବ୍ୟକ୍ତିଗତ ବିବରଣୀର ସୂଚନା ମାଗେ ନାହିଁ।

ଆପଣ ଏସବୁ ଠକେଇରୁ ନିଜେ ବଞ୍ଚନ୍ତୁ ଓ ଅନ୍ୟମାନଙ୍କୁ ବି ଏଭଳି ନକଲି ଏସଏମଏସ ଓ ଇ‌ମେଲ ସମ୍ପର୍କରେ ସୂଚନା ଦେଇ ଦିଅନ୍ତୁ।

ସମ୍ବନ୍ଧିତ ଖବର