ଏଣିକି ସର୍ବୋଚ୍ଚ ଅଦାଲତର କୋର୍ଟ ରୁମ୍ ଭିତରକୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ନେଇପାରିବେ ମୋବାଇଲ୍; ଜାରି ହେଲା ସର୍କୁଲାର୍
ନୂଆଦିଲ୍ଲୀ: କୋର୍ଟ ରୁମ୍ ଭିତରକୁ ଏଣିକି ସମସ୍ତ ସାମ୍ବାଦିକମାନେ ମୋବାଇଲ୍ ନେଇପାରିବେ ବୋଲି ସୋମବାର ସୁପ୍ରିମ୍କୋର୍ଟ ପକ୍ଷରୁ ଏକ ସର୍କୁଲାର୍ ଜାରି କରାଯାଇଛି। ଏହି ନିଷ୍ପତ୍ତି ସୁପ୍ରିମ୍କୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ର ନେଇଛନ୍ତି। ସର୍କୁଲାର୍ରେ ଉଲ୍ଲେଖ କରାଯାଇଛି ଯେ ‘ସର୍ବୋଚ୍ଚ ନ୍ୟାୟାଳର ମୁଖ୍ୟ ବିଚାରପତି ସମସ୍ତ ଗଣମାଧ୍ୟମ ପ୍ରତିନିଧୀଙ୍କୁ କୋର୍ଟ ଭିତରକୁ ଫୋନ୍ ନେଇ ଯାଇପାରିବାର ଅନୁମତି ପ୍ରଦାନ କରି ପ୍ରସନ୍ନତା ବ୍ୟକ୍ତ କରିଛନ୍ତି।’
Sambad is now on WhatsApp
Join and get latest news updates delivered to you via WhatsApp
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ପୂର୍ବରୁ କେବଳ ଓକିଲମାନଙ୍କୁ ହିଁ କୋର୍ଟ ଭିତରକୁ ଫୋନ୍ ନେବା ପାଇଁ ଅନୁମତି ରହିଥିଲା। ସାମ୍ବାଦିକମାନେ ଏ ନେଇ ସ୍ୱର ଉଠାଇବା ପରେ ଗତ ମାସ ସୁପ୍ରିମ୍କୋର୍ଟ କେବଳ କ୍ଷମତା ସଂପନ୍ନ ଗଣମାଧ୍ୟମ ସଂସ୍ଥାର ନାମୀଦାମୀ ସାମ୍ବାଦିକମାନଙ୍କୁ ମୋବାଇଲ୍ ନେବାକୁ ଅନୁମତି ଦେଇଥିଲେ। ଏଣିକି ସମସ୍ତ ଗଣମାଧ୍ୟମ ପ୍ରତିନିଧୀ କୋର୍ଟ ଭିତରକୁ ମୋବାଇଲ୍ ନେଇପାରିବେ ବୋଲି ଘୋଷିତ ହୋଇଛି।
କୋର୍ଟ ଭିତରକୁ ମୋବାଇଲ୍ ନେବା ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଡେପୁଟି ରେଜିଷ୍ଟର୍(ଜନସଂପର୍କ)ଙ୍କ ନିକଟରୁ ଏକ ୬ ମାସିକ ପାସ୍ ନେବାକୁ ହେବ। ମୋବାଇଲ୍କୁ ସେମାନେ କୋର୍ଟ ପରିସରରେ ସାଇଲେଣ୍ଟ୍ ମୋଡ୍ରେ ରଖିବା ବିଧେୟ। ଜାରି ହୋଇଥବା ସୁର୍କୁଲାରରେ ଚେତାବନୀ ଦିଆଯାଇଛି କି ‘କୌଣସି ପ୍ରକାର ଗଣ୍ଡଗୋଳ ଉପୁଜଉଥିବା ସେଲ୍ ଫୋନ୍କୁ ଜବତ କରି ଦିଆଯିବ। ତାହାକୁ ଅତିରିକ୍ତ ରେଜିଷ୍ଟର୍ଙ୍କୁ ପ୍ରଦାନ କରାଯିବ।