‘ପଦ୍ମାବତୀ’ର ରିଲିଜ ବିରୋଧରେ ହୋଇଥିବା ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ: ବଲିଉଡ଼ ଫିଲ୍ମ ‘ପଦ୍ମାବତୀ’ର ରିଲିଜ ବିରୋଧରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି, ସେନ୍‌ସର ବୋର୍ଡ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ଉପରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ। ସର୍ବୋଚ୍ଚ ଅଦାଳତ ଆବେଦନକାରୀଙ୍କୁ କହିଛନ୍ତି, ଯଦି ସେମାନଙ୍କ କିଛି କହିବାର ଅଛି ଫିଲ୍ମ ସାର୍ଟିଫିକେସନ ଟ୍ରିବ୍ୟୁନାଲକୁ କହିପାରିବେ।

ସଞ୍ଜୟଳୀଲା ଭଂସାଳୀ ନିର୍ଦ୍ଦେଶିତ ‘ପଦ୍ମାବତୀ’ ହିନ୍ଦୀରେ ପ୍ରସ୍ତୁତ ହୋଇଛି, ଯେଉଁଥିରେ କି ରାଣୀ ପଦ୍ମିନୀଙ୍କ ଚରିତ୍ରକୁ ଚିତ୍ରଣ କରାଯାଇଛି। ହେଲେ କେହି ଜାଣି ନାହାନ୍ତି ଯେ, ସେ ଅସଲି ବ୍ୟକ୍ତି ଅଥବା ସାହିତ୍ୟରେ ଅଳଂକୃତ କରାଯାଇଛି। କିନ୍ତୁ କିଛି ଲୋକ ଭାବନ୍ତି ପଦ୍ମାବତୀ ଥିଲେ ଅସଲି ବ୍ୟକ୍ତି। ସେଥିପାଇଁ ସେମାନେ ଫିଲ୍ମକୁ ବିରୋଧ କରୁଛନ୍ତି। ବିରୋଧ କରୁଥିବା ଲୋକଙ୍କ ମତରେ ନିର୍ଦ୍ଦେଶକ ଇତିହାସକୁ ଭାଙ୍ଗୁଛନ୍ତି। କିଛି ଲୋକ କହିଛନ୍ତି, ଚିତୋର ହିନ୍ଦୁ ରାଣୀ ଓ ଦିଲ୍ଲୀର ମୁସଲିମ ଶାସକ ଆଲ୍ଲାଉଦ୍ଦିନ ଖିଲିଜୀଙ୍କ ମଧ୍ୟରେ ମଧୁର ସମ୍ପର୍କ ଥିଲା। କିଛି ଲେଖଙ୍କ ମିତରେ ଖିଲିଜୀ ଯେତେବେଳେ ଚିତୋର ଆକ୍ରମଣ କରିଥିଲେ, ପଦ୍ମିନୀ ନିଜ ଶରୀରରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର