ପୂଜାଛୁଟି ପରେ ସ୍କୁଲ, କଲେଜ ଖୋଲିବ: ମମତା

କୋଲକାତା : ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଛୁଟି ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା ରହିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୂଚନା ଦେଇଛନ୍ତି। ନବାନ୍ନରେ ଅନୁଷ୍ଠିତ ଗ୍ଲୋବାଲ ଆଡ଼ଭାଇଜରି ବୋର୍ଡ ବୈଠକରେ ନିଷ୍ପତ୍ତି ନିଆଯାଇଛି, ରାଜ୍ୟରେ ଏବେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦୁର୍ଗାପୂଜା ପରେ ସ୍କୁଲ, କଲେଜ ଗୁଡ଼ିକ ଦିନେ ଛାଡ଼ି ଦିନେ ଖୋଲାଯିବ। ଏହି ବୈଠକରେ ବୋର୍ଡର ମୁଖ୍ୟ ନୋବେଲ ବିଜୟୀ ଅର୍ଥନୀତିଜ୍ଞ ଅଭିଜିତ ବିନାୟକ ବାନାର୍ଜୀ ମଧ୍ୟ ଭର୍ଚୁଆଲରେ ଉପସ୍ଥିତ ରହି ନିଜର ମତ ଦେଇଥିଲେ। ଏହାଛଡ଼ା ଶିକ୍ଷକ ସଂଗଠନର ଦାବି ଏବଂ ଅଭିଭାବକମାନଙ୍କ ପରାମର୍ଶକୁ ମଧ୍ୟ ଗୁରୁତ୍ବ ଦିଆଯାଇ ବୈଠକରେ ଆଲୋଚନା ହୋଇଥିଲା। କେତେକ ରାଜ୍ୟରେ ସ୍କୁଲ କଲେଜ ଖୋଲୁଥିବାରୁ ଏ ନେଇ ପୂର୍ବରୁ ଏକ ବୈଠକ ହୋଇଥିଲା।

ସମ୍ବନ୍ଧିତ ଖବର