ଏଣିକି ଅଟୋରେ ସିଟ୍‌ ବେଲ୍ଟ ସହ, ୨ଟି ହେଡ୍‌ ଲାଇଟ ଓ କବାଟ ଲଗାଇବା ବାଧ୍ୟତାମୂଳକ କଲା ସଡ଼କ ପରିବହନ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଏବେ ଦେଶରେ ଯାତାୟାତ ପାଇଁ ଅଟୋ ଏକ ପ୍ରମୁଖ ମାଧ୍ୟମ ପାଲଟିଥିବା ବେଳେ ଅଟୋ ଦୁର୍ଘଟଣା ମଧ୍ୟ ମାତ୍ରାଧିକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଅଟୋ ଯାତ୍ରାକୁ ଅଧିକ ନିରାପଦ କରିବା ସହ ଅଟୋ ଯାତ୍ରୀମାନଙ୍କର  ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରାଳୟ ଆଜି ଏକ ଯୁଗାନ୍ତକାରୀ ନିଷ୍ପତ୍ତି ଘୋଷଣା କରିବା ସହ ଏସଂପର୍କିତ ବିଜ୍ଞପ୍ତି ଜାରି କରିଛନ୍ତି।

କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ବିଜ୍ଞପ୍ତିରେ ଏଣିକି ଯାତ୍ରୀ ପରିବହନ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଅଟୋଗୁଡ଼ିକରେ ସିଟ୍‌ ବେଲ୍ଟ ସହ ଦୁଇଟି ହେଡ୍‌ ଲାଇଟ୍‌ ଓ ଦୁଇ ପଟେ ଦୁଇଟି କବାଟ ଲଗାଇବା ବାଧ୍ୟତାମୂଳକ ହେବ।


ଅଟୋ ଚାଳକ ଓ ଯାତ୍ରୀମାନଙ୍କ ପାଇଁ ସିଟ୍‌ ବେଲ୍ଟ ରହିବ ଏବଂ ଦୁର୍ଘଟଣା ରୋକିବା ପାଇଁ ଅଟୋରେ ଗାଡ଼ିପରି କବାଟ ଲାଗିବ। ଅଟୋରେ କବାଟ ନଥିବା ଫଳରେ ସାମାନ୍ୟ ଦୁର୍ଘଟଣାରେ ଯାତ୍ରୀମାନେ ଅଟୋରୁ ଖସିପଡ଼ି ମୃତାହତ ହେଉଥିବା ଜାଣିବା ପରେ ସଡ଼କ ପରିବହନ ବିଭାଗ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର