ପାକିସ୍ତାନର କଶ୍ମୀର ଚିନ୍ତା; ସବୁ ରାଜନୈତିକ ଦଳଙ୍କୁ ଏକଜୁଟ ହେବାକୁ ଆହ୍ଵାନ ଦେଲେ ପାକ୍‌ ବୈଦେଶିକ ମନ୍ତ୍ରୀ କ୍ୟୁରେସୀ

ଇସ୍‌ଲାମାବାଦ: ଜମ୍ମୁ- କଶ୍ମୀର ପ୍ରସଙ୍ଗରେ ପାକିସ୍ତାନର ସମସ୍ତ ରାଜନୈତିକ ଦଳ ସଂପୂର୍ଣ୍ଣ ଏକତା ରକ୍ଷା କରିବା ପାଇଁ ଆଜି ଆହ୍ଵାନ ଦେଇଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ। ଏଥିସହ ସତର୍କବାଣୀ ଶୁଣାଇ କ୍ୟୁରେସୀ କହିଛନ୍ତି, ଆମ ଭିତରେ ମତାନ୍ତର ଥାଇପାରେ କିନ୍ତୁ କଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀମାନଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। ପାକିସ୍ତାନର ସମସ୍ତ ରାଜନୈତିକ ଦଳଗୁଡ଼ିକ ଯଦି ଏ ପ୍ରସଙ୍ଗରେ ଏକଜୁଟ ହୋଇ ଆଗେଇ ଆସିବା ସହ  ଏକମତ ନହୋଇ ଯଦି ପରସ୍ପର ମଧ୍ୟରେ ରାଜନୀତି କରନ୍ତି ତେବେ କଶ୍ମୀର ପ୍ରସଙ୍ଗରେ ଭୀଷଣ କ୍ଷତିର ସମ୍ମୁଖୀନ ହେବାକୁ ପଡ଼ିବ।

ପାକ୍‌ ଅଧିକୃତ କଶ୍ମୀର ଅନ୍ତର୍ଗତ ମୁଜାଫରବାଦରେ ଆଜି ସାମ୍ବାଦିକମାନଙ୍କୁ ସମ୍ବୋଧନ କରିବା ଅବସରରେ ଏହି କଥା କହିଛନ୍ତି କ୍ୟୁରେସୀ। ସେ କହିଛନ୍ତି, ସମସ୍ତ ପାକିସ୍ତାନବାସୀ ଓ ପାକିସ୍ତାନର ସମସ୍ତ ରାଜନୈତିକ ନେତୃବୃନ୍ଦଙ୍କୁ କଶ୍ମୀର ପ୍ରସଙ୍ଗରେ ଏକାଠି ହେବା ସହ ଏକମତ ହୋଇ ଏହା ବିରୋଧରେ ଦୃଢ଼ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ।

Dawn

ଜମ୍ମୁ- କଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପାଇଁ ଭାରତ ନେଇଥିବା ନିଷ୍ପତ୍ତିକୁ ବିରୋଧ ଜଣାଇ କଶ୍ମୀର ବାସୀଙ୍କୁ ନିଜର ସମର୍ଥନ ଦେବାକୁ ପାକିସ୍ତାନ ପକ୍ଷରୁ ଆସନ୍ତା ୧୪ ତାରିଖରେ ‘କଶ୍ମୀର ଏକତା ଦିବସ’ ଓ ୧୫ ତାରିଖକୁ ‘କଳା ଦିବସ’ ଭାବେ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିବା ବେଳେ ଏହାକୁ ପାକିସ୍ତାନବାସୀ ଓ ପାକିସ୍ତାନର ସମସ୍ତ ନେତୃବୃନ୍ଦ ସମର୍ଥନ ଦେବାକୁ ଆହ୍ଵାନ ଦେଇଛନ୍ତି ପାକ୍‌ ବୈଦେଶିକ ମନ୍ତ୍ରୀ କ୍ୟୁରେସୀ।

ସମ୍ବନ୍ଧିତ ଖବର